ETV Bharat / city

ଭୁବନେଶ୍ବର AIIMSକୁ ଆସିଛି ପ୍ରଥମ ଇକମୋ ମେସିନ

ଗତ 29 ତାରିଖରେ ଭୁବନେଶ୍ୱର AIIMSକୁ ଆସିଛି ପ୍ରଥମ ECMO ମେସିନ । ଖୁବଶୀଘ୍ର ଆଉ ଏକ ମେସିନ ମଧ୍ୟ ଆସିବ । ଅଧିକ ପଢନ୍ତୁ...

ଭୁବନେଶ୍ବର AIIMSକୁ ଆସିଛି ପ୍ରଥମ ଇକମୋ ମେସିନ
ଭୁବନେଶ୍ବର AIIMSକୁ ଆସିଛି ପ୍ରଥମ ଇକମୋ ମେସିନ
author img

By

Published : Jul 1, 2021, 9:26 PM IST

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରୁ ଆସିଲା ଖୁସି ଖବର । ଗତ 29 ତାରିଖରେ ଭୁବନେଶ୍ୱର AIIMSକୁ ଆସିଛି ପ୍ରଥମ ECMO ମେସିନ । ବର୍ତ୍ତମାନ ଏହାର ଇନଷ୍ଟଲେସନ କାର୍ଯ୍ୟ ଚାଲୁ ରହିଛି । ଖୁବଶୀଘ୍ର ଆଉ ଏକ ECMO ମେସିନ ଆସିବ ବୋଲି ସୂଚନା ଦେଲେ AIIMS ଅଧିକ୍ଷକ ।

ଭୁବନେଶ୍ବର AIIMSକୁ ଆସିଛି ପ୍ରଥମ ଇକମୋ ମେସିନ

କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାରେ ପୀଡିତଙ୍କ ଚିକିତ୍ସା ଏଥର ଭୁବନେଶ୍ବର AIIMSରେ ହୋଇପାରିବ । ଜୁଲାଇ ମାସ ସୁଦ୍ଧା ଆଉ ଏକ ECMO ମେସିନ ଆସିବ । ତେବେ ପ୍ରଥମ ମେସିନଟିକୁ ବର୍ତ୍ତମାନ CTVS ବିଭାଗରେ ରଖାଯାଇଛି । ଆସନ୍ତା କିଛିଦିନ ମଧ୍ୟରେ ECMO ମେସିନଟିକୁ ଇନଷ୍ଟଲ କରାଯାଇ ଚିକିତ୍ସା ଲାଗି ବ୍ୟବହାର କରାଯିବ ।

ECMO ମେସିନ୍ କିଣିବା ପାଇଁ ଅର୍ଡର ଦିଆଯାଇଥିବା ନେଇ ଜୁନ 10 ତାରିଖରେ ସୂଚନା ଦେଇଥିଲେ AIIMS ଅଧିକ୍ଷକ ଡଃ ସଚ୍ଚିଦାନନ୍ଦ ମହାନ୍ତି । ଏହି ECMO ମେସିନଗୁଡିକ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ଜଟିଳ ମାମଲା ପାଇଁ ଉଦ୍ଧିଷ୍ଟ । AIIMSରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି । ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍‌ନିସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାହା ଲୋକଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.