ETV Bharat / city

ଫେବୃଆରୀ 13ରୁ ସପ୍ତମ ଆଉଟରିଚ ରେଡ଼ିଓ ମେଳା

author img

By

Published : Feb 6, 2021, 10:17 PM IST

ଆସନ୍ତା 13 ତାରିଖରେ ସ୍ଥାନୀୟ ଭଞ୍ଜକଳାମଣ୍ଡପ ପରିସରରେ ଆୟୋଜିତ ହେବାକୁ ଯାଉଛି ରେଡ଼ିଓ ମେଳା । ସପ୍ତମ ବର୍ଷ ପାଇଁ ଆଉଟରିଚ ସଂସ୍ଥା ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଳାରେ ଆନ୍ତର୍ଜାତିକ ସଂସ୍ଥାମାନ ଯୋଗ ଦାନ କରୁଥିବାବେଳେ ଏଥର କେବଳ ଜାତୀୟ ସ୍ତରର ଅଂଶଗ୍ରହଣକାରୀ ଭାଗ ନେବେ । ଅଧିକ ପଢନ୍ତୁ...

ଫେବୃଆରୀ 13 ରୁ ସପ୍ତମ ଆଉଟରିଚ ରେଡ଼ିଓ ମେଳା
ଫେବୃଆରୀ 13 ରୁ ସପ୍ତମ ଆଉଟରିଚ ରେଡ଼ିଓ ମେଳା

ଭୁବନେଶ୍ୱର : ଆସନ୍ତା 13 ତାରିଖରେ ସ୍ଥାନୀୟ ଭଞ୍ଜକଳାମଣ୍ଡପ ପରିସରରେ ଆୟୋଜିତ ହେବାକୁ ଯାଉଛି ରେଡ଼ିଓ ମେଳା । ସପ୍ତମ ବର୍ଷ ପାଇଁ ଆଉଟରିଚ ସଂସ୍ଥା ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଳାରେ ଆନ୍ତର୍ଜାତିକ ସଂସ୍ଥାମାନ ଯୋଗ ଦାନ କରୁଥିବାବେଳେ ଏଥର କେବଳ ଜାତୀୟ ସ୍ତରର ଅଂଶଗ୍ରହଣକାରୀ ଭାଗ ନେବେ ।

ଫେବୃଆରୀ 13 ରୁ ସପ୍ତମ ଆଉଟରିଚ ରେଡ଼ିଓ ମେଳା
ଦୁଇ ଦିବସୀୟ ଏହି ମେଳାରେ ବିଭିନ୍ନ ପ୍ରକାର ପୁରୁଣା ରେଡ଼ିଓ, ଗ୍ରାମଫୋନ, ହାମ ରେଡ଼ିଓ ଏବଂ ବିଭିନ୍ନ ପ୍ରକାର ପ୍ରସାରଣ ସାମଗ୍ରୀର ପ୍ରଦର୍ଶନ କରାଯିବ । ଏଥିରେ ରେଡ଼ିଓ ସହିତ ଜଡିତ ବ୍ୟକ୍ତିବିଶେଷ ଯୋଗଦାନ କରିବେ ବୋଲି ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହାର ଉଦ୍ୟୋକ୍ତା ସୁବ୍ରତ ପତି ।କରୋନା କଟକଣା ମଧ୍ୟରେ ଏହି ଉତ୍ସବ ଅବସରରେ 15 ଜଣ ରେଡ଼ିଓ ଉପସ୍ଥାପକଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବ । ଏଥି ସହିତ ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଆଉଟ ରିଚ ରେଡ଼ିଓ ସମ୍ମାନ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.