ETV Bharat / city

ଏସକର୍ଟରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ବନ୍ଧୁକ ସହ ଧରିଲା ଖଣ୍ଡଗିରି ପୋଲିସ

ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର ବ୍ରାଉନ ସୁଗାର। କଳିଙ୍ଗନଗର ଅଞ୍ଚଳରୁ ୨୫୪ ଗ୍ରାମର ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି ଖଣ୍ଡଗିରି ପୋଲିସ। ଅଧିକ ପଢ଼ନ୍ତୁ...

author img

By

Published : Nov 16, 2020, 3:47 PM IST

ଏସକର୍ଟରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ବନ୍ଧୁକ ସହ ଧରିଲା ଖଣ୍ଡଗିରି ପୋଲିସ
ଏସକର୍ଟରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ବନ୍ଧୁକ ସହ ଧରିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର: ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର ବ୍ରାଉନ ସୁଗାର। କଳିଙ୍ଗନଗର ଅଞ୍ଚଳରୁ ୨୫୪ ଗ୍ରାମର ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି ଖଣ୍ଡଗିରି ପୋଲିସ। ଏକ କାର ସହ ଏସକର୍ଟରେ ଚାଲାଣ ହେଉଥିଲା ବ୍ରାଉନ ସୁଗାର। ଜବତ ହୋଇଥିବା ବ୍ରାଉନ ସୁଗାର ମୂଲ୍ୟ 25 ଲକ୍ଷ ଟଙ୍କା ହେବା ସୂଚନା ଦେଇଛି ଖଣ୍ଡଗିରି ପୋଲିସ।

ବର୍ତ୍ତମାନ ଅପରାଧୀମାନେ ବ୍ରାଉନସୁଗାର ଚାଲାଣର ନୁଆ ଫଣ୍ଡା ବାହାର କରିଛନ୍ତି। ଭୁବନେଶ୍ବରରେ ଏସକର୍ଟରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ମଝିରେ କାର ଦୁଇ ପାର୍ଶରେ ବାଇକ ଏସକର୍ଟ। ଏଭଳି ଢଙ୍ଗରେ ଧଳା ଜହର କାରବାର ବେଳେ ଖଣ୍ଡଗିରି ପୋଲିସ ହାତରେ ଧରା ପଡ଼ିଛନ୍ତି ବ୍ରାଉନ ସୁଗାର ବେପାରୀ। କେଉଁଠି କାଳେ ଧରା ପଡ଼ିଯିବା ଆଶଙ୍କାରେ ବ୍ରାଉନ ସୁଗାର ଥିବା କାରକୁ ସୁରକ୍ଷା ଯୋଗାଇ ଆସୁଥିଲେ ଦୁଇ ବାଇକ ଚାଳକ। ପୋଲିସକୁ ସନ୍ଦେହ ହେବାରୁ କାରର ପିଛା କରିବା ଆରମ୍ଭ କରିଥିଲା ପୋଲିସ। ଏହାପରେ ଦୁଇ ବାଇକ ଚାଳକ କିଛି ସମୟ କାରଟିକୁ ଜବତ ହେବାରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ଆଗରେ ଅଭିଯୁକ୍ତଙ୍କ ସମସ୍ତ ପ୍ରଚେଷ୍ଟା ଫେଲ ମାରିଥିଲା। ବ୍ରାଉନ ସୁଗାର ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ।

ତେବେ ଦୁଇ ବାଇକ ଏସକର୍ଟ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ନୟାଗଡ଼ ଦଶପଲା ଅଞ୍ଚଳର ମୁନା ସେଠୀ ବୋଲି ଜଣା ପଡ଼ିଛି। ଅଭିଯୁକ୍ତ ନିକଟରୁ ଏକ ଦେଶୀ ବନ୍ଧୁକ, ନଗଦ ଟଙ୍କା ସହ ଏକ ସୁନା ଜବତ କରିଛି ପୋଲିସ। ଏହାସହ ବ୍ରାଉନସୁଗାର ଚାଲାଣ ହେଉଥିବା କାର ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି। ମୁନା ନାମରେ ପୂର୍ବରୁ ବିଭିନ୍ନ ଥାନାରେ 13ଟି ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଏଥିରେ ଚୋରୀ, ଡକାୟତି ଓ ଡ୍ରଗସ କାରବାର ଭଳି ସଙ୍ଗିନ ମାମଲା ସାମିଲ ରହିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.