ଭୁବନେଶ୍ବର: କୋରୋନାକୁ ନେଇ ସାରା ଦେଶ ଆତଙ୍କିତ ଥିବା ବେଳେ ଏହି ଭୂତାଣୁର ପ୍ରକୋପକୁ ରୋକିବା ପାଇଁ ସରକାରଙ୍କର ଭିନ୍ନ ପ୍ରୟାସ । ରାଜଧାନୀ ଭୁବନେଶ୍ବରର ରାସ୍ତାଘାଟକୁ କରାଯାଉଛି ସାନିଟାଇଜ । ଏପରିକି କ୍ୟାପିଟାଲ ହସ୍ପିଟାଲକୁ ମଧ୍ୟ ସାନିଟାଇଜ କରାଯାଇଛି ।
ଦୁଇ ଦିନ ହେଲା ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାନିଟାଇଜ କରାଯାଉଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲକୁ ମଧ୍ୟ ସାନିଟାଇଜ କରାଯାଇଛି। ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଅଗ୍ନିଶମ ଟିମ୍ କ୍ୟାପିଟାଲ ହସ୍ପିଟାଲର ଚତୁରପାର୍ଶ୍ବରେ ସାନିଟାଇଜ କରିବା ସହ ହସ୍ପିଟାଲ କ୍ୟାମ୍ପସ ଭିତରେ ସାନିଟାଇଜ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ