ଭୁବନେଶ୍ବର: କୋରୋନା ମହାମାରୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସର୍ବସାଧାରଣ ଗଣେଶ ପୂଜାରେ କଟକଣା ଲଗାଇଛି । କମିଶନରେଟ ପୋଲିସ ପକ୍ଷରୁ ଏନେଇ ଟ୍ବିଟରରେ ଉଲ୍ଲେଖ କରାଯାଇଛି ।
କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି, କୋରୋନା ଭାଇରସ ମହାମାରୀ ପାଇଁ ଜନ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେଣୁ ଗଣେଶ ପୂଜା କରିବା ପାଇଁ କୌଣସି ପୂଜା ମଣ୍ଡପକୁ ଅନୁମତି ଦିଆଯାଇନାହିଁ । ଏପରିକି ମୁମ୍ବାଇରେ ମହାମାରୀ ପାଇଁ ମଧ୍ୟ ଗଣେଶ ପୂଜା କରାଯାଉନାହିଁ । ତେଣୁ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ