ଭୁବନେଶ୍ବର: କୋରୋନା ମହାମାରୀ ପରେ ଏବେ ଅଧିକାଂଶ ରାଜ୍ୟରେ ଏବେ ଚିନ୍ତା ବଢାଇଛି ବାର୍ଡଫ୍ଲୁ । ଏହାକୁ ନେଇ ଅନେକ ରାଜ୍ୟରେ ବାର୍ଡଫ୍ଲୁ ଆତଙ୍କ ଖେଳି ଯାଇଥିବାବେଳେ ଲକ୍ଷଲକ୍ଷ ପକ୍ଷୀ ମଡକ ଦେଖିବାକୁ ମିଳିଛି । ଯାହାକୁ ନେଇ ଓଡିଶାରେ ବାର୍ଡଫ୍ଲୁର ସ୍ଥିତି ଓ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମୀକ୍ଷା କରିଛନ୍ତି ।
ସମୀକ୍ଷାରେ ଜଣାପଡିଛି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ବାର୍ଡଫ୍ଲୁ ଚିହ୍ନଟ ହୋଇନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ହଜାର ପକ୍ଷୀଙ୍କ ନମୁନା ପରିକ୍ଷା କରାଯାଇଛି । ହେଲେ ଗୋଟିଏ ବି ବାର୍ଡ ଫ୍ଲୁ ଚିହ୍ନଟ ହୋଇନି ।
ଏହାସହ ସ୍ଥିତି ଉପରେ ନଜର ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜିଲ୍ଲା ସ୍ତରରେ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ