ଭୁବନେଶ୍ବର : ଓଡ଼ିଶା ସମେତ ୩ଟି ରାଜ୍ୟର ସହରାଞ୍ଚଳ ପାଇଁ କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରାଯାଇଛି । ଓଡ଼ିଶାକୁ ୧୮୬ କୋଟି ୫୮ ଲକ୍ଷ ଟଙ୍କା ଟଙ୍କାର ଅନୁଦାନ ମିଳିଛି । ଓଡ଼ିଶାକୁ ପ୍ରଥମ କିସ୍ତିର ବକେୟା ରାଶି ବାବଦକୁ ଟଙ୍କା ମିଳିଛି ।
ଚତୁର୍ଦଶ ଅର୍ଥ କମିଶନ ସୁପାରିସରେ ୨୦୧୯-୨୦ ପାଇଁ ଓଡ଼ିଶାକୁ ଅନୁଦାନ ଅର୍ଥ ମଞ୍ଜୁର ପରେ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସହରାଞ୍ଚଳର ବିକାଶମୂଳକ କାର୍ଯ୍ୟରେ ଏହି ଅର୍ଥ ସହାୟକ ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ