ଭୁବନେଶ୍ବର :କୋରୋନା ସଂକ୍ରମଣକୁ ଆଖିରେ ପିପିଲି ଉପନିର୍ବାଚନକୁ ପୁନଃ ସ୍ଥଗିତ ରଖଛନ୍ତି ନିର୍ବାଚନ କମିଶନ । ତେବେ କମିଶନଙ୍କ ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛି ଶାସକ ବିଜେଡି । ପୂର୍ବରୁ ମଧ୍ୟ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନରେ କୈଣସି ପ୍ରଚାର ନ କରିବା ପାଇଁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ତେବେ ନିର୍ବାଚନ କମିଶନ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିବା ବରିଷ୍ଠ ନେତା ତଥା ଦେବୀ ମିଶ୍ର କହିଛନ୍ତି ।
ଲୋକଙ୍କ ଜୀବନ ଆଗ ବର୍ତ୍ତମାନ ସମଗ୍ର ଦେଶ କୋରୋନା ସହ ଲଢୁଛନ୍ତି ।ଆଗକୁ ଯେବେ ନିର୍ବାଚନ ହେବ ବିଜେଡି ପ୍ରସ୍ତୁତ ରହିଛି । ଲୋକଙ୍କର ଆନ୍ତରିକତା ରହିଛି ,ଯେତେବେଳେ ନିର୍ବାଚନ ହେଲେ ବି ପିପିଲି ଓ ଡେଲାଣ୍ଡବାସୀ ବିଜେଡିକୁ ହିଁ ବିଜୟ କରିବା ସହ ତାଙ୍କ ବିକାଶର ସାରଥୀ କରିବେ ବୋଲି କହିଛନ୍ତି ବିଜେଡି ନେତା ଦେବୀ ମିଶ୍ର ।
ସୂଚନା ଅନୁସାରେ କୋରୋନାର ପ୍ରଥମ ଲହରରେ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଦେହାନ୍ତ ହୋଇଥିଲା । ପରେ ଉପନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସର ବିଧାୟକ ପାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ କୋରାନାରେ ପ୍ରାଣ ହରାଇଥିଲେ । ଫଳରେ ପ୍ରାର୍ଥୀଙ୍କ ବିୟୋଗ ଫଳରେ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଥିଲ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କିନ୍ତୁ ଦିନକୁ ଦିନ ଦେଶ ଓ ରାଜ୍ୟରେ କୋରୋନାର ପ୍ରକପ ବଢିବା ଫଳରେ ନିର୍ବାଚନ କମିଶନ ଉପନିର୍ବାଚନକୁ ସ୍ତଗିତ ରଖିଛନ୍ତି । ଏହାସହ କଂଗ୍ରେସ ମଧ୍ୟ କିଛି ଦିନ ପୂର୍ବରୁ ନିର୍ବାଚନକୁ ସ୍ତଗିତ ରଖିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି ଜଣାଇଥିବା ଦେଖାଯାଇଥିଲା ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ