ETV Bharat / city

OSSC କେଳେଙ୍କାରୀର ବଡ଼ ଖୁଲାସା, 900 ଜଣଙ୍କ ବୀମା କରିଛନ୍ତି ବିରଞ୍ଚିଙ୍କ ପତ୍ନୀ

author img

By

Published : Aug 6, 2021, 4:40 PM IST

Updated : Aug 6, 2021, 6:09 PM IST

କୋଟିପତି ପିଏସ ବିରଞ୍ଚୀ ସାହୁଙ୍କ ୪ ଦିନିଆ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର କରିଛି ଭିଜିଲାନ୍ସ । ରିମାଣ୍ଡ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଗୁମର ଖୋଲିଛନ୍ତି ବିରଞ୍ଚି। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚବେଳେ ମିଳିଥିଲା ଇନସ୍ୟୁରାନ୍ସ ଲିଙ୍କ। 9 ଶହ ଜଣଙ୍କ ପଲିସି କରିଛନ୍ତି ବିରଞ୍ଚିଙ୍କ ପତ୍ନୀ। ଅଧିକ ପଢନ୍ତୁ...

The big reveal of the OSSC job scandal by vigilance
ଷ୍ଟାପ ସିଲେକଶନ କମିଶନରେ ହୋଇଥିବା ଦୁର୍ନୀତିରେ କେବଳ ପିଏସ୍ ନୁହେଁ ସମସ୍ତ କମିଶନଙ୍କ ସଦସ୍ୟ ସମ୍ପୃକ୍ତ ଅଛନ୍ତି

ଭୁବନେଶ୍ବର: ଭିଜିଲାନ୍ସ ସ୍କାନରରେ ୯୦୦ ଇନସ୍ୟୁରାନ୍ସ ପଲିସି। ଲାଞ୍ଚ ହାତେଇବାକୁ ୨୧ ଆଶାୟୀଙ୍କର ବାନ୍ଧିଥିଲେ ପ୍ରିମିୟମ । ଘରୁ ମିଳିଥିବା ଆଡମିଟ କାର୍ଡରୁ ମିଳିଲା ୭ ଆଶାୟୀଙ୍କ ଗୁମର। ରିମାଣ୍ଡ ବେଳେ କୋଟିପତି ପିଏସ ବିରଞ୍ଚି ଓଗାଳିଛନ୍ତି ଅନେକ ଗୁମର।

କିଭଳି ସରକାରୀ କାମ କମ ଇନସ୍ୟୁରାନ୍ସରେ ଅଧିକ ମାତିଥିଲେ ଏହି ସରକାରୀ କର୍ମଚାରୀ । ଲାଞ୍ଚ ଟଙ୍କାକୁ ସିଧା ନ ନନେଇ ଇନସ୍ୟୁରାନ୍ସ ଜରିଆରେ କମିସନ ଆକାରରେ ହାତେଇଥିଲେ ବିରଞ୍ଚି । ପଚରାଉଚରା ବେଳେ ପଦାକୁ ଆସିଛି ତଥ୍ୟ। ଏପରିକି ପତ୍ନୀଙ୍କ ନାଁରେ ଥିବା ଏଜେଣ୍ଟ କୋଡରେ ପ୍ରିମିୟମ ବାନ୍ଧିଛନ୍ତି ୯୦୦ ଜଣଙ୍କ ବଡ ଅର୍ଥରାଶିର ପ୍ରିମିୟମ। ଏପରିକି ଏମାନଙ୍କ ମଧ୍ୟରେ ୨୧ ଜଣ ଷ୍ଟାଫ ସିଲେକ୍ସନରେ ପରୀକ୍ଷା ଦେଇଥିବା ପ୍ରାର୍ଥୀ କରିଛନ୍ତି ପ୍ରିମିୟମ। ଯାହାକୁ ନେଇ ସନ୍ଦେହ ଘେରକୁ ନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ । ୨୧ ଜଣ ଫାଇଲ ଖୋଲାଯାଇଛି ସେନେଇ ସ୍କାନରରେ ରହିଛନ୍ତି ସେହି ପ୍ରିମିୟମଧାରୀ।

OSSC କେଳେଙ୍କାରୀର ବଡ଼ ଖୁଲାସା, 900 ଜଣଙ୍କ ପଲିସି କରିଛନ୍ତି ବିରଞ୍ଚିଙ୍କ ପତ୍ନୀ

ସେପଟେ ଚଢାଉ ବେଳେ ତାଙ୍କ ଘରୁ ମିଳିଥିବା ୧୧୪ ଆଡମିଟ କାର୍ଡରୁ ୧୦୭ ଆଶାୟୀଙ୍କର କୌଣସି ସଠିକ ତଥ୍ୟ ମିଳିନାହିଁ । ହେଲେ ୭ଟି ଆଡମିଟ କାର୍ଡରୁ ଅନେକ ତଥ୍ୟ ପାଇଛି ଯାହାକୁ ନେଇ ସନ୍ଦେହ ଘେରକୁ ନେଇ ତଦନ୍ତ ଚଲାଇଛି ଭିଜିଲାନ୍ସ । ଏହା ସହିତ ସେ ଅନେକ ସମ୍ପତ୍ତି କିଣିଛନ୍ତି ଯାହାକୁ ନେଇ ରେଜିଷ୍ଟାର ଅଫିସ ଜରିଆରେ ଭେରିଫିକେସନ ଚାଲିଛି। ସେହିପରି ରିୟଲ ଇଷ୍ଟେଟରେ ଅନେକ ଟଙ୍କା ବିନିଯୋଗ କରିଛନ୍ତି। ଏପରିକି ଅନେକ ଅଣ୍ଡର ଭାଲ୍ୟୁ ପ୍ରପର୍ଟି ରହିଛି।

ଅନ୍ୟପଟେ ଇନକମ ଟ୍ୟାକ୍ସ ସହାୟତାରେ ଆଇଟି ରିଟର୍ଣ୍ଣର ଖୋଳତାଡ ଚାଲିଛି। ରିମାଣ୍ଡ ସରିବା ପରେ କୋର୍ଟରେ ହାଜର କଲା ଭିଜିଲାନ୍ସ । ରିମାଣ୍ଡ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି। ପତ୍ନୀ ନାଁରେ 9 ଶହ ଜଣଙ୍କ ପଲିସି କରିଛନ୍ତି ବିରଞ୍ଚି। 3 କୋଟି 51 ଟଙ୍କାର ଆୟବହିର୍ଭୁତ ସମ୍ପତି ରଖିଥିଲେ ବିରଞ୍ଚି । ସମ୍ପତିର 268 ପ୍ରତିଶତ ଆୟବହିର୍ଭୁତ ସମ୍ପତି ଠୁଳ କରିଥିଲେ ବିରଞ୍ଚି ।

ସୂଚନାଥାଉକି, ଆୟବହର୍ଭୁତ ସମ୍ପତ୍ତି ଠୁଳ ମାମଲାରେ OSSC କାର୍ଯ୍ୟାଳୟର ପ୍ରାଇଭେଟ ସେକ୍ରେଟାରୀ ବିରଞ୍ଚି ସାହୁଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଏହାପରେ ଭିଜିଲାନ୍ସ ହାତରେ ଧରାପଡିଥିଲା କୋଟି କୋଟିର ସମ୍ପତ୍ତି । ଏହାପରେ OSSC ରେ କେଳେଙ୍କାରୀ ହୋଇଥିବା କଥା ସାମନାକୁ ଆସିଥିଲା । ଏହା ପରେ ପୋଲିସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବିରଞ୍ଚି ସାହୁଙ୍କୁ ଗିରଫ କରି ଭିଜିଲାନ୍ସ ତଦନ୍ତ କରୁଥିବାବେଳେ ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Aug 6, 2021, 6:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.