ଭୁବନେଶ୍ବର: ବିଧାନସଭାରେ ବିଭିନ୍ନ କମିଟି ବୈଠକ ଆସନ୍ତା 10 ତାରିଖ ପରଠାରୁ ଆରମ୍ଭ କରିବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି । 10 ଦିନର ନୋଟିସ ଦେଇ ବିଭିନ୍ନ କମିଟିର ସଭାପତି ମାନେ ବୈଠକ ଡକାଇ ପାରିବେ। ସାମାଜିକ ଦୂରତ୍ୱ ରକ୍ଷାକରି ବୈଠକ ହେବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ।
କୋରୋନା ଲକ ଡାଉନ ନିୟମ ଯୋଗୁ ବିଧାନସଭାର ବିଭିନ୍ନ କମିଟି ଓ ସବ କମିଟି ବୈଠକ ହୋଇପାରୁନଥିଲା ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ