ଭୁବନେଶ୍ବର: ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ଉଡାଣ ସେବାକୁ ସାମୟିକ ଭାବେ ବନ୍ଦ କଲା ଏୟାର ଏସିଆ । ଉଡ଼ାଣ ସେବା ବନ୍ଦ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି କରିଛନ୍ତି ।
ପୂର୍ବରୁ ଏୟାର ଇଣ୍ଡିଆ ବିମାନ କମ୍ପାନୀ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ଉଡାଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଥିଲା । ଏବେ ଏୟାର ଏସିଆ ବିମାନ ଅସ୍ଥାୟୀ ରୂପେ ଏହି ବିମାନ ଉଡାଣ ସେବାକୁ ବନ୍ଦ କରିଛନ୍ତି । ବିମାନ ଉଡାଣ ସେବା ବନ୍ଦ ନେଇ ପ୍ରକୃତ କାରଣ ଜଣାପଡିନାହିଁ । ହେଲେ କମ୍ପାନୀର ପ୍ରଚାରଣ ଜନିତ ସମସ୍ୟା କିମ୍ବା ବିମାନ ଅଭାବ, ସମୟ ସୀମାରେ ପରିବର୍ତ୍ତନ ଆଦି ଅନେକ ସମସ୍ୟା ପାଇଁ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । କିନ୍ତୁ ପୁନର୍ବାର ବ୍ୟାଙ୍କକ୍କୁ ବିମାନ ଚଳାଚଳ ହେବା ନେଇ ଆଶା ରଖିଛନ୍ତି ଭୁବନେଶ୍ବର ବିମାନ କର୍ତ୍ତୃପକ୍ଷ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ