ETV Bharat / city

ୟେସ୍ ବ୍ୟାଙ୍କରେ ଜଗା ଟଙ୍କା ପ୍ରସଙ୍ଗ; ‘ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନର, ସରକାରଙ୍କ ଭୂମିକା ନାହିଁ’

ମହାପ୍ରଭୁଙ୍କ ଅର୍ଥ କେଉଁଠି ରହିବ ତାହା ଶ୍ରୀମନ୍ଦିର ପ୍ରଶାସନର, ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅର୍ଥମନ୍ତ୍ରୀ
ଅର୍ଥମନ୍ତ୍ରୀ
author img

By

Published : Mar 12, 2020, 4:06 PM IST

Updated : Mar 12, 2020, 5:01 PM IST

ଭୁବନେଶ୍ବର: ମହାପ୍ରଭୁଙ୍କ ୟେସ ବ୍ୟାଙ୍କରେ 545 କୋଟି ଟଙ୍କା ରଖିବା ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ନୋଟିସ ଉପରେ ଆଜି ବିଧାନସଭାରେ ଆଲୋଚନା ହୋଇଛି । ଏ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଉତ୍ତର ରଖିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଅଧିକ ସୁଧ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବର୍ଷକ ପାଇଁ ୟେସ ବ୍ୟାଙ୍କରେ ଟଙ୍କା ରଖିଥିଲା । ୟେସ ବ୍ୟାଙ୍କ ସର୍ବାଧିକ 8.61 ପ୍ରତିଶତ ସୁଧ ଦେଇଥାନ୍ତା । ଏଣୁ ଶ୍ରୀମନ୍ଦିର ପ୍ରଶାସନ ୟେସ ବ୍ୟାଙ୍କରେ ଅର୍ଥ ରଖିଥିଲା ।

Temple administration
ସରକାରଙ୍କ ଭୂମିକା ନାହିଁ
Temple administration
ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନର
Temple administration
ଜଗା ଟଙ୍କା ପ୍ରସଙ୍ଗ

ମନ୍ତ୍ରୀ ଆହୁରି କହିଛନ୍ତି ମହାପ୍ରଭୁଙ୍କ ଟଙ୍କା କେଉଁଠି ରହିବ, ତାହା ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପ୍ରଶାସନର ନିଜସ୍ବ ନିଷ୍ପତ୍ତି । ସେଥିରେ ସରକାର କୌଣସି ହସ୍ତକ୍ଷେପ କରନ୍ତି ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଏହାର ତଦାରଖ କରିଥାନ୍ତି । 2019 ଅକ୍ଟୋବରରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଯେଉଁଥିରେ ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ ନରଖିବାକୁ । କିନ୍ତୁ ଏହାକୁ ରିର୍ଜଭ ବ୍ୟାଙ୍କର ଅଧିକାରୀ ନାପସନ୍ଦ କରିଥିଲେ । ଏହାସହ ଘରୋଇ ବ୍ୟାଙ୍କ ଉପରେ ରିର୍ଜଭ ବ୍ୟାଙ୍କର ନଜର ଥିବା ଥିବା କୁହାଯାଇଥିଲା । ଫଳରେ ଶ୍ରୀମନ୍ଦିର ପ୍ରଶାସନ 12ଟି ବ୍ୟାଙ୍କକୁ କୋଟେସନ ମାଗିଥିଲା । ଯେଉଁଥିରେ ୟେସ ବ୍ୟାଙ୍କ ଟେଣ୍ଡର ପାଇଥିଲା । ସେହି ଅନୁସାରେ ସ୍ବଛତାର ସହ ୟେସ ବ୍ୟାଙ୍କରେ ଟଙ୍କା ଜମା କରିଥିଲେ ଶ୍ରୀମନ୍ଦିର ପ୍ରଶାସନ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 12, 2020, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.