ETV Bharat / city

24 ଘଣ୍ଟାରେ ସାମାନ୍ୟ ହ୍ରାସ ପାଇବ ତାପମାତ୍ରା, ଆଭ୍ୟନ୍ତରୀଣ ଜିଲ୍ଲାରେ କୁହୁଡି ଆଲର୍ଟ - ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଉପକୂଳ ଓଡିଶାରେ ଦକ୍ଷିଣା ପବନ ପ୍ରବେଶ କରୁଛି, ଫଳରେ ତାପମାତ୍ରା ହ୍ରାସ ପାଇଛି । କଣ କହୁଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ....

24 ଘଣ୍ଟାରେ ସାମାନ୍ୟ ହ୍ରାସ ପାଇବ ତାପମାତ୍ରା , ଆଭ୍ୟନ୍ତରୀଣ ଜିଲ୍ଲାରେ କୁହୁଡି ଆଲର୍ଟ

author img

By

Published : Mar 9, 2021, 9:48 PM IST

ଭୁବନେଶ୍ବର :ଉପକୂଳ ଓଡିଶାରେ ଦକ୍ଷିଣା ପବନ ପ୍ରବେଶ କରୁଛି, ଫଳରେ ତାପମାତ୍ରା ହ୍ରାସ ପାଇଛି । ଖରାର ପ୍ରଭାବ କମିଛି । ତାପମାତ୍ରା ସ୍ଵାଭାବିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା କମିବ, ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ଵଳ୍ପ କୁହୁଡି ଦେଖା ଦେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

24 ଘଣ୍ଟାରେ ସାମାନ୍ୟ ହ୍ରାସ ପାଇବ ତାପମାତ୍ରା , ଆଭ୍ୟନ୍ତରୀଣ ଜିଲ୍ଲାରେ କୁହୁଡି ଆଲର୍ଟ

ଗଜପତି, କୋରାପୁଟ, ରାୟଗଡା,ଗଞ୍ଜାମ,କନ୍ଧମାଳରେ ସକାଳ ସମୟରେ କୁହୁଡି ଦେଖା ଦେବାର ସମ୍ଭାବନା ରହିଛି । ୧୨ ମାର୍ଚ୍ଚରୁ ବରଗଡ଼,ଝାରସୁଗୁଡା,ମୟୁରଭଞ୍ଜ,ସୁନ୍ଦରଗଡ଼,କେନ୍ଦୁଝର ଜିଲ୍ଲାରେ ସ୍ଵଳ୍ପ ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ଗଞ୍ଜାମ,ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖାଦେଇଛି । ଭବାନୀପାଟଣାରେ ସର୍ବାଧିକ ୩୯.୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବୌଦ୍ଧରେ ସର୍ବନିମ୍ନ ତାପମାତ୍ରା ୧୪ .୦ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.