ETV Bharat / city

ମାଡି ଆସୁଛି ହିଟ୍‌ୱେଭ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ - temperature

କୋରୋନା ମୁକାବିଲା ସରକାରଙ୍କ ନିଦ ହଜାଇ ଥିବାବେଳେ ମୁଣ୍ଡ ଟେକିଲାଣି ଗ୍ରୀଷ୍ମ ପ୍ରବାହ । ଅଧିକ ପଢନ୍ତୁ...

ମାଡି ଆସୁଛି ହିଟ ୱେଭ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

author img

By

Published : Mar 29, 2020, 7:12 PM IST

ଭୁବନେଶ୍ବର: କୋରୋନା ମୁକାବିଲା ସରକାରଙ୍କ ନିଦ ହଜାଇ ଦେଇଛି । ଠିକ ଏତିକି ବେଳେ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ବଢୁଥିବା ଏହି ତାପମାତ୍ରା ଅଂଶୁଘାତର ଆଶଙ୍କା ସୃଷ୍ଟି କରିଛି । ତେଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।

Temperature may rise upcoming days
ମାଡି ଆସୁଛି ହିଟ ୱେଭ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଗତ କିଛି ଦିନ ହେଲା ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯଦି ଏଭଳି ସ୍ଥିତି ଜାରି ରୁହେ ତେବେ ଭାରତୀୟ ପାଣିପାଗ ବିଭାଗ ଏହାକୁ ଗ୍ରୀଷ୍ମପ୍ରବାହ ଭାବେ ଘୋଷଣା କରିପାରନ୍ତି । ତେଣୁ ଜିଲ୍ଲାପାଳମାନେ ଏହା ଉପରେ ସତର୍କ ଦୃଷ୍ଟି ରଖିବା ସହ ଏଥିରେ ଜଡିତ ଥିବା ବିଭାଗଗୁଡିକ ନେଇ ନିୟମିତ ଭାବେ ଜିଲ୍ଲା, ସବଡିଭିଜନ ଓ ବ୍ଲକ ସ୍ତରରେ ଗ୍ରୀଷ୍ମ ପ୍ରବାହ ଯୋଜନା-2020 ପାଇଁ ଥିବା ଷ୍ଟାଣ୍ଡାର୍ଡ ଅଫରେଟିଂ ପ୍ରୋସିଡିଓର(ଏସଓପି) ନେଇ ଆଲୋଚନା କରିବା ଆବଶ୍ୟକ । ନଚେତ୍‌ କୋରୋନା ମୁକିବାଲା ସମୟରେ ଗ୍ରୀଷ୍ମପ୍ରବାହ ବଡ ସମସ୍ୟା ସୃଷ୍ଟି କରିବ ।

ସେପଟେ ଓସଡମା ପକ୍ଷରୁ ପୂର୍ବରୁ ଜିଲ୍ଲାପାଳଙ୍କୁ ଗ୍ରୀଷ୍ମପ୍ରବାହ କାର୍ଯ୍ୟ ଯୋଜନା-2020 ପଠାଯାଇଥିବାବେଳେ, ଏଥିରେ ବିଭିନ୍ନ ବିଭାଗର ଦାୟିତ୍ବ ଓ ସମନ୍ବୟ ରକ୍ଷା କରି କିଭଳି ପଦକ୍ଷେପ ଗ୍ରହଣ କରାଯିବ ତାହା ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ଏହା ସହ ଅଂଶୁଘାତ ମୁକାବିଲା କାର୍ଯ୍ୟରେ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ସେ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.