ETV Bharat / city

ଦାବି ପରେ ବଦଳିଲା TATA POWERର ଆଭିମୁଖ୍ୟ, ସ୍ବାଗତ କଲା ଯୁବ କଂଗ୍ରେସ - କଂଗ୍ରେସର ପ୍ରେସମିଟ

ଟାଟା ପାଓ୍ବାର ପକ୍ଷରୁ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ରାଜି ହେବା କରେ କଂଗ୍ରସ ଜଣାଇଲା ସ୍ବାଗତ । କଂଗ୍ରେସର ପ୍ରତିବାଦ ଫଳରେ ସମ୍ବବ ହୋଇ ପାରିଥିବା କହିଲା ଦଳ । ଅଧିକ ପଢନ୍ତୁ...

ପୁନଃ ନିଯୁକ୍ତି ଦେବା ପାଇଁ ରାଜି ହେଲା ଟାଟା ପାଓ୍ବର, ଦାବି ଫଳରେ ହେଲା ସମ୍ଭବ ହୋଇଥିବା ନେଇ କହିଲା କଂଗ୍ରେସ

author img

By

Published : Jul 28, 2021, 8:12 AM IST

ଭୁବନେଶ୍ବର: ଘରୋଇକରଣ ପରେ ଟାଟା ପାଓ୍ବାର ପକ୍ଷରୁ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ରାଜି ହେବା ସହ ଏକ ବିଜ୍ଞପ୍ତି ଜାରି କରି ପୁନଃ ନିଯୁକ୍ତି ଦାବିକୁ ଗ୍ରହଣ କରିଛି । ଫ୍ରାଞ୍ଚାଇଜ କର୍ମଚାରୀମାନଙ୍କ ପୁନଃ ନିଯୁକ୍ତି ନେଇ ଯୁବ କଂଗ୍ରେର ପ୍ରତିବାଦ ଓ ଦାବି ଫଳରେ ସମ୍ଭବ ହୋଇ ପାରିଛି ବୋଲି କହିଛି ଯୁବକଂଗ୍ରେସ । ମଙ୍ଗଳବାର, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏପରି କହିଛନ୍ତି । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଦୀର୍ଘ ୮ ମାସର ଅବିରତ ଆନ୍ଦୋଳନ ଫଳରେ ଏହା ସମ୍ଭବପର ହୋଇଛି ବୋଲି କହିଛି ଦଳ ।

ପୁନଃ ନିଯୁକ୍ତି ଦେବା ପାଇଁ ରାଜି ହେଲା ଟାଟା ପାଓ୍ବର, ଦାବି ଫଳରେ ହେଲା ସମ୍ଭବ ହୋଇଥିବା ନେଇ କହିଲା କଂଗ୍ରେସ

ବିଦ୍ୟୁତ ବିଭାଗ ଜୁନ-୨୦୨୦ ରେ ଘରୋଇକରଣ କରି ଟାଟା ପାୱାରକୁ ବିଦ୍ୟୁତ ବିତରଣର ଦାୟିତ୍ବ ଦିଆଯିବା ପରେ ପାଖାପାଖି ୭୫୦୦ ଫ୍ରାଞ୍ଚାଇଜ କର୍ମଚାରୀମାନେ (ମିଟର ରିଡର, ଲାଇନମ୍ୟାନ, ବିଲ କଲେକ୍ଟର, କେଇ, ଏସଡିଓ) ନିଯୁକ୍ତି ହରାଇଥିଲେ । ଯେଉଁମାନେ ୮ ରୁ ୧୦ ବର୍ଷ ଧରି ସେସୁ ଅଧିନରେ କାମ କରୁଥିଲେ । ସେମାନେ ନିରନ୍ତର ଭାବେ ଫାଇଲିନ୍, ହୁଡହୁଡ, ଫନି, ଅମ୍ପାନ ଇତ୍ୟାଦି ରାଜ୍ୟବାସୀଙ୍କୁ ସେବା ଯୋଗାଇ ଆସୁଥିଲେ । ଏହି ୭୫୦୦ ଯୁବକଯୁବତୀ ମାନଙ୍କ ହକ୍ ପାଇଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଯୁବ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଥିଲା ।

ପ୍ରଥମେ ଟାଟା ପାୱାର ଅଫିସ ଆଗରେ ଧାରଣା, ଓଇଆରସି ଅଫିସ ଆଗରେ ବିକ୍ଷୋଭ ଓ ଦାବିପତ୍ର, ଶକ୍ତିମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଆନ୍ଦୋଳନ ପରେ ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଏହିପରି ଭାବେ ଯୁବ କଂଗ୍ରେସ ଲେଙ୍କାଙ୍କ ନେତୃତ୍ବରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ୭୫୦୦ କର୍ମଟରୀ ମାନଙ୍କ ପୁନଃନିଯୁକ୍ତି ପାଇଁ ଯୋରଦାର ଆନ୍ଦୋଳନ କରିଥିଲା । ଗତ ୧୯ ଜୁଲାଇ ୨୦୨୧ ରିଖରେ ଯୁବ କଂଗ୍ରେସ କର୍ମଚାରୀମାନଙ୍କ ସହ ମିଶି ଟାଟା ପାୱାର ଅଫିସ ଘେରାଉ କରିଥିଲେ ।

ତାପରେ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସହ ଏକ ପ୍ରତିନିଧି ମଣ୍ଡଳ ଆଲୋଚନା କରିଥିଲା ଏବଂ ଏହି ଆଲୋଚନା ସଫଳ ହୋଇଥିଲା । ଏହାର ଫଳ ସ୍ଵରୂପ ଗତକାଲି ୨୭ ଜୁଲାଇ ୨୦୨୧ ଟାଟା ପାଓ୍ବାର ପକ୍ଷରୁ ପୁନଃ ନିଯୁକ୍ତି ଦେବା ପାଇଁ ରାଜି ହେବା ସହ ଏକ ନୋଟିଫିକେସନ ଜାରି କରି ପୁନଃ ନିଯୁକ୍ତି ଦାବିକୁ ଗ୍ରହଣ କରିଛନ୍ତି । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରିବା ସହ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ପକ୍ରିୟା ଆରମ୍ଭ କରିବାକୁ ନିବେଦନ କରିଛନ୍ତି ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି ।

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସ୍ବରକୁ ଓଡ଼ିଶାବାସୀ, ଓଡ଼ିଶା ସରକାର ଟାଟା କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନିଭାଇଥିବା ସମସ୍ତ ମିଡ଼ିଆ ବନ୍ଧୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ନାୟକ । ଆଗାମୀ ଦିନରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଓଡ଼ିଶାର ଯୁବକଯୁବତୀ ମାନଙ୍କର ପ୍ରତ୍ୟେକ ହକ୍ ପାଇଁ ଲଢ଼େଇ କରିବ ଏବଂ ଓଡ଼ିଶାର ଯୁବକ ଯୁବତୀମାନଙ୍କର ସ୍ବର ରୂପେ ଦାୟିତ୍ବ ତୁଲାଇବ ବୋଲି ନଳୀନିକାନ୍ତ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.