ETV Bharat / city

ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଆପ୍ରେଂଟିସ୍‌ସିପ୍ ଫ୍ରେମୱାର୍କ୍ ସହ ଯୋଡ଼ିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଆପ୍ରେଂଟିସ୍‌ସିପ୍ ଫ୍ରେମୱାର୍କ୍ ସହ ଯୋଡ଼ିବା ଲକ୍ଷ୍ୟ । ଯୁବକ ଯୁବତୀ କୌଶଳ ଅନୁସାରେ ଉପଯୁକ୍ତ ରୋଜଗାର ପାଇବା, ମେଳାର ଉଦ୍ଦେଶ୍ୟ । ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ଜାଗାରେ ଆପ୍ରେଂଟିସ୍‌ସିପ୍ ମେଳା ଆୟୋଜନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 21, 2022, 9:46 PM IST

ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଆପ୍ରେଂଟିସ୍‌ସିପ୍ ଫ୍ରେମୱାର୍କ୍ ସହ ଯୋଡ଼ିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ
ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଆପ୍ରେଂଟିସ୍‌ସିପ୍ ଫ୍ରେମୱାର୍କ୍ ସହ ଯୋଡ଼ିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଆପ୍ରେଂଟିସ୍‌ସିପ୍ ଫ୍ରେମୱାର୍କ୍ ସହ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି । ଯୁବକ ଯୁବତୀ କୌଶଳ ଅନୁସାରେ ଉପଯୁକ୍ତ ରୋଜଗାର ପାଇବା ଏହି ମେଳାର ଉଦ୍ଦେଶ୍ୟ । ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ଜାଗାରେ ଆପ୍ରେଂଟିସ୍‌ସିପ୍ ମେଳା ଆୟୋଜନ କରାଯିବ । ୩୦ରୁ ଅଧିକ ଶିଳ୍ପକ୍ଷେତ୍ର ସହ ଜଡିତ ୪୦୦୦ରୁ ଅଧିକ କମ୍ପାନୀ ଏହି ମେଳାରେ ସାମିଲ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା, ମହାରାଷ୍ଟ୍ର ସମେତ ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି, ଓଡିଶାର ଛାତ୍ରୀ କ୍ରୀଷ୍ଣା ବେନ୍ନି ରେଡ୍ଡୀ ନିଜ ଉଦ୍ୟମରେ ବେକେରୀ ଆରମ୍ଭ କରି ଉଦ୍ୟମି ହେବାର ସ୍ୱପ୍ନ ଦେଖିଥିବା ପ୍ରଂଶସନୀୟ । ଜାତୀୟ ମିଶନକୁ ଆଗେଇ ନେବା ପାଇଁ ଆପ୍ରେଂଟିସ୍‌ସିପ୍‌କୁ ଜନଭାଗିଦାରୀ କରିବା ଜରୁରୀ । ଏଭଳି ମେଳା ପ୍ରତି ମାସରେ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆପ୍ରେଂଟିସଙ୍କ ଷ୍ଟାଇପେଣ୍ଡ ସିଧାସଳଖ ବ୍ୟାଙ୍କ୍ ଆକାଉଣ୍ଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ ।

ଦେଶର ଯୁବକ ଯୁବତୀ ନିଜର କୌଶଳ ଅନୁସାରେ ଉପଯୁକ୍ତ ରୋଜଗାର ଚୟନ କରିବା ପାଇଁ ସ୍କିଲ୍ ଇଣ୍ଡିଆ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ୍ ସମେତ ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କର ଲକ୍ଷ୍ୟ, ମେଳାକୁ ନେଇ ଅନୁଭୂତି ଓ ଆଗାମୀ ଦିନର ଯୋଜନା ଉପରେ ପଚାରିଥିଲେ । ଭୁବନେଶ୍ୱର ସରକାରୀ ଆଇଟିଆଇରେ ବେକେରୀ ବା କେକ୍ ତିଆରି କାର୍ଯ୍ୟରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ କ୍ରୀଷ୍ଣା ବେନ୍ନି ରେଡ୍ଡୀ ସହ ବାର୍ତ୍ତାଳାପ କରିଥିଲେ । ସେ ନିଜ ଉଦ୍ୟମରେ ଆଗାମୀ ଦିନରେ ନିଜର ବେକରୀ ଆରମ୍ଭ କରି ଏକ ଉଦ୍ୟମି ହେବାର ସ୍ୱପ୍ନ ଦେଖିଥିବାରୁ ତାଙ୍କୁ ପ୍ରଂଶସା କରିଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ଜାଗାରେ ଆପ୍ରେଂଟିସ୍‌ସିପ୍ ମେଳା ଆୟୋଜନ ହୋଇଯାଇଛି । ଦେଶର ୩୦ରୁ ଅଧିକ ଶିଳ୍ପକ୍ଷେତ୍ର ସହ ଜଡିତ ୪୦୦୦ରୁ ଅଧିକ କମ୍ପାନୀ ଏହି ମେଳାରେ ଭାଗ ନେଇଛନ୍ତି । ଅଧିକରୁ ଅଧିକ ଆଶାୟୀ ଯୁବକ ଯୁବତୀମାନେ ରୋଜଗାର ପାଇଁ ପଞ୍ଜିକରଣ କରିଛନ୍ତି । ଉତ୍ପାଦନ କ୍ଷେତ୍ର ଯଥା ଇଲେକ୍ଟ୍ରୋନିକ୍ସ, ଶକ୍ତି, ଆଇଟି, ରେଳ, ରିଟେଲ ଏବଂ ସର୍ଭିସ୍ କ୍ଷେତ୍ରରୁ ଅନେକ ସଂସ୍ଥା କୌଶଳ ଛାତ୍ରଛାତ୍ରୀଙ୍କୁ ଚାକିରି ଦେବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରଂଟିସସିପ୍ ମେଳାରେ ସାମିଲ ହୋଇଛନ୍ତି । ଏହି ପଦକ୍ଷେପ ଚାକିରି ଆଶାୟୀ ଯୁବକ ଯୁବତୀଙ୍କୁ ଉତ୍ସାହ ଦେଇଛି । ଅମୃତ କାଳ ସମୟରେ ୩୪ ବର୍ଷ ପରେ ପ୍ରଣୟନ ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଭାରତକୁ ପରିବର୍ତନ କରିବାରେ ଏକ ରୋଡ଼ ମ୍ୟାପ୍ ଭାବରେ ଉଭା ହେବ । ଭାରତର ଯୁବ ବର୍ଗଙ୍କୁ ସ୍କିଲ, ରିସ୍କିଲିଂ ଏବଂ ଅପସ୍କିଲିଂ କରିବା ପାଇଁ ଆପ୍ରେଂଟିସସିପକୁ ଏକ ବ୍ୟାପକ ରୂପ ଦେବାକୁ ହେବ । ଏହା ମୁଣ୍ଡ ପିଛା ଆର୍ଥିକ ଉତ୍ପାଦନ ଏବଂ ରାଷ୍ଟ୍ରୀୟ ମିଶନକୁ ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.