ETV Bharat / city

‘ସ୍ୱାସ୍ଥ୍ୟ ସଚିବ ଫିଲଡ଼ ଲୋକ, ଧର୍ମେନ୍ଦ୍ର ଫାଇଲ ଲୋକ’

author img

By

Published : Apr 14, 2021, 7:25 PM IST

ରାଜ୍ୟକୁ ଟିକା ପଠାଇବା ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିକ୍ରିୟାରେ ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ...

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

ଭୁବନେଶ୍ବର: ରାଜ୍ୟକୁ ଟିକା ପଠାଇବା ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିକ୍ରିୟାରେ ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଓଡ଼ିଶାର ଅନେକ ଜିଲ୍ଲାରେ ଟିକା ଅଭାବରୁ ଟୀକାକରଣ ବନ୍ଦ ରହିଛି । ‘ଏଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କୁହନ୍ତିନି । କେବଳ ସଚିବଙ୍କ ଦ୍ୱାରା ଚିଠି ଲେଖନ୍ତି ।

ଧର୍ମେନ୍ଦ୍ରଙ୍କୁ ଭଲ ଭାବେ ଜଣା ଅଛି କି ରାଜ୍ୟର କେତେ ଜିଲ୍ଲାରେ ଟୀକାକରଣ ବନ୍ଦ ଅଛି । ରାହୁଲ ଗାନ୍ଧୀଙ୍କ ନାଁ ନେଇଥିବାରୁ ଆମେ ଖୁସି । ଏମିତି ରାହୁଲଙ୍କ ନାଁ ନେଇ ପ୍ରଚାର ପ୍ରସାର କରନ୍ତୁ, ଆମ ପାଇଁ ଭଲ । ସ୍ୱାସ୍ଥ୍ୟ ସଚିବ ଫିଲଡ଼ ଲୋକ । ଧର୍ମେନ୍ଦ୍ର ଫାଇଲ ଲୋକ । ସେ କେଉଁଠୁ ବାସ୍ତବତା ବିଷୟରେ ଜାଣିବେ । ଧର୍ମେନ୍ଦ୍ର ମୋ ଭଲ ବନ୍ଧୁ । ତାଙ୍କୁ ଅନୁରୋଧ ବଡ଼ ବଡ଼ କଥା ନକହି ଓଡ଼ିଶାକୁ ଶୀଘ୍ର ଟିକା ପଠାଇବା ଲାଗି ବ୍ୟବସ୍ଥା କରନ୍ତୁ’ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.