ETV Bharat / city

‘ବକରା ହେଉଛନ୍ତି ବିଜୟ ମହାପାତ୍ର’ - ଭୁବନେଶ୍ବର

ବକରା ହେଉଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ବିଜୟଙ୍କୁ ହରାଇବା ପାଇଁ ହୋଇଛି ମ୍ୟାଚ୍‌ ଫିକ୍ସିଂ । ଏପରି ଏକ ସାଘାଂତିକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 7, 2019, 8:02 PM IST

ଭୁବନେଶ୍ବର: ବକରା ହେଉଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ବିଜୟଙ୍କୁ ହରାଇବା ପାଇଁ ହୋଇଛି ମ୍ୟାଚ୍‌ ଫିକ୍ସିଂ । ଦୁଇ ଦଳ କେବଳ ପାଟକୁରାରେ ଡ୍ରାମା କରିବେ କିନ୍ତୁ ଲକ୍ଷ୍ୟ ରହିବ ବିଜୟ ମହାପାତ୍ରଙ୍କୁ ବିଧାନସଭାକୁ ନ ଆଣିବା । ଏପରି ଏକ ସାଘାଂତିକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ସହ ସେଠାରେ ବିଜେପି, ବିଜେଡିକୁ ସମର୍ଥନ ଦେବ ବୋଲି କହିଛନ୍ତି ତାରା । ସେପଟେ ଏହାକୁ ଉଭୟ ବିଜେଡି ଓ ବିଜେପି ଖଣ୍ଡନ କରିଥିବାବେଳେ ଏହା କଂଗ୍ରେର ହତୋତ୍ସାହିତ ବୋଲି ସେମାନେ କହିଛନ୍ତି ।

ତେବେ କେଉଁ ପରିପ୍ରେକ୍ଷୀରେ ଓ କାହିଁକି ତାରା ଏପରି କହିଲେ ତାକୁ ନେଇ ରାଜନୈତିକ ଅଳିନ୍ଦୁରେ ଚର୍ଚ୍ଚା ଚାଲିଲାଣି । ତାରା ଏହା କେବଳ କଂଗ୍ରେସ ଭୋଟ ପାଇଁ କହିଛନ୍ତି ନା ଏହା ଭିତରେ କିଛି ସତ୍ୟତା ଲୁଚି ରହିଛି ତାହା ଆଗାମୀ ଦିନରେ ଜଣାପଡିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Anchor-ପାଟକୁରା ନିର୍ବାଚନ କୁ ନେଇ ସରଗରମ ରାଜନୀତି।ଆଜି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି,ରାଜ୍ୟରେ ବିଜେଡି-ବିଜେପି ମ୍ୟାଚଫିକ୍ସିଂ ହୋଇଥିବା ଓ ପାଟକୁରା ନିର୍ବାଚନ ରେ ବରିଷ୍ଠ ବିଜେପି ନେତା ତଥା ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ "ବକରା"କରାଯାଉଥିବା ମନ୍ତବ୍ୟ ଦେବାପରେ ବିଜେଡି ନେତା ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ପାଟକୁରାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ର ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ନିଜନିଜର ମନ୍ତବ୍ୟ ଦେଇଛନ୍ତି।Body:BytesConclusion:Bytes
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.