ETV Bharat / city

ସ୍ବାୟତ୍ତ ଶାସନ ଦିବସରେ ୧୭ଟି ପ୍ରକଳ୍ପର ଲୋକାର୍ପଣ - ସ୍ବାୟତ୍ତ ଶାସନ ଦିବସ

ବିଏମସିର ଉତ୍ତର ନିର୍ବାଚନ ମଣ୍ଡଳୀରେ ମାଳମାଳ ପ୍ରକଳ୍ପର ଲୋକାର୍ପଣ । ସ୍ବାୟତ୍ତ ଶାସନ ଦିବସରେ ପ୍ରକଳ୍ପର ଉଦଘାଟନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 31, 2019, 11:00 PM IST

ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ବିଏମସି ଉତ୍ତର ଜୋନର ୧୦ ଟି ୱାର୍ଡରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ୧୬ ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଗୋଟିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ ହୋଇଛି । ଏହା ସହ ଗୋଟିଏ ହୋମିଓ ପାଥିକ୍ ଡାକ୍ତରଖାନା, ୧୩ ଟି ପାର୍କ, ଦୁଇଟି କମ୍ୟୁନିଟି ସେଣ୍ଟରର ଲୋକାର୍ପଣ ଏବଂ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରାଚୀ ବିହାର ଏନକ୍ଲେଭର ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅମୃତ ଯୋଜନାରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ୫୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି । ସ୍ବାୟତ୍ତ ଶାସନ ଦିବସରେ ବିଏମସିର ୬୭ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ, ଉତ୍ତର ଭୁବନେଶ୍ବରର ବିଭିନ୍ନ ୱାର୍ଡର ୧୭ ଟି ସ୍ଥାନରେ ଗୋଷ୍ଠୀ କେନ୍ଦ୍ର, ମୈତ୍ରୀ ବିହାରରେ ପାର୍କ ଉଦଘାଟନ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିଥିଲେ ।

ବିଏମସି ଅଞ୍ଚଳରେ ୧୫ ଗୋଟି ପାର୍କର ଲୋକାର୍ପଣ ହୋଇଛି । ପ୍ରତ୍ୟକ ୱାର୍ଡରେ ଲୋକଙ୍କ ସମସ୍ୟାକୁ ଦୂର କରାଯିବ ପାଇଁ ପ୍ରତିବଦ୍ଧ ବୋଲି ଏବି ଅବସରରେ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ୱାୟତ ଶାସନ ଦିବସ ଉପଲକ୍ଷେ ବିଏମସିର ଉତ୍ତର ଯୋନରେ ମାଳ ମାଳ ପ୍ରକଳ୍ପର ଲୋକାର୍ପଣ।

Body:ସ୍ୱାୟତ ଶାସନ ଦିବସ ଉପଲକ୍ଷେ ,ବିଏମସି ଉତ୍ତର ଯୋନର ୧୦ ଟି ୱାର୍ଡରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ।ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ୧୬ ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଗୋଟିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ।ଗୋଟିଏ ହୋମିଓପ୍ୟାଥିକ ଡାକ୍ତରଖାନା, ୧୩ ଟି ପାର୍କ,ଦୁଇଟି କମ୍ୟୁନିଟି ସେଣ୍ଟରର ଲୋକାର୍ପଣ ଏବଂ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରାଚୀ ବିହାର ଏନକ୍ଲେଭର ଗୋଟିଏ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।ଅମୃତ ଯୋଜନାରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ୫୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି।

ସ୍ୱାୟତ ଶାସନ ଦିବସରେ ବିଏମସିର ୬୭ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ଲୋକାର୍ପଣ ହୋଇଛି।ଉତ୍ତର ଭୁବନେଶ୍ୱରର ବିଭିନ୍ନ ୱାର୍ଡର ୧୭ ଟି ସ୍ଥାନରେ ଗୋଷ୍ଟି କେନ୍ଦ୍ର,ମୈତ୍ରୀ ବିହାରରେ ପାର୍କ ଉଦଘାଟନ ହୋଇଛି।ଆଶା କରୁଛି ପ୍ରତି ୱାର୍ଡରେ ଆରମ୍ଭ ହୋଇଥିବା ୱାର୍ଡ ଅଫିସ ମାଧ୍ୟମରେ ଲୋକଙ୍କ ସମସ୍ୟାକୁ ତୁରନ୍ତ ଦୂର କରାଯିବ।ଲୋକ ପ୍ରତିନିଧି ଭାବରେ ଲୋକଙ୍କ ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଜିବ ବୋଲି ଉତ୍ତର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି।

ବିଏମସି ଅଞ୍ଚଳରେ ୧୫ ଗୋଟି ପାର୍କର ଲୋକାର୍ପଣ ହୋଇଛି।ବିଭିନ୍ନ ୱାର୍ଡରେ ଗୋଷ୍ଟି କେନ୍ଦ୍ର,କଲ୍ୟାଣ ମଣ୍ଡପ,ବର୍ଜ୍ୟବସ୍ତୁ ପରିଚାଳନା,ନୂତନ ଘରର ପ୍ଲାନ ତୁରନ୍ତ ୪୮ ଘଣ୍ଟା ଭିତରେ ଦେବାର ସୁବିଧା।ପ୍ରତ୍ୟକ ୱାର୍ଡରେ ଲୋକଙ୍କ ସମସ୍ୟାକୁ ଦୂର କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.