ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ଭାବବିହ୍ଵଳ ହୋଇ କାନ୍ଦି ପକାଇବାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପ୍ରତିକ୍ରିୟା । ଏହା ତାଙ୍କର ବ୍ୟକ୍ତିଗତ ମାମଲା ବୋଲି କହିଛନ୍ତି ସୁର । ଏଥିସହ ସେ ଏହା ଉପରେ କୌଣସି ଟିପ୍ପଣୀ ରଖିପାରିବେ ନାହିଁ ବୋଲି ସିଧା ସିଧା ମନାକରି ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:- PCରେ କାନ୍ଦିଲେ ପ୍ରସାଦ: କହିଲେ ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରସାଦଙ୍କ ଅଗାଧ୍ୟ ପାଣ୍ଡିତ୍ୟ ରହିଛି । ମୋ ଭଳି ସେ ସବୁ ମାମଲାରେ ପ୍ରତିକ୍ରିୟା ରଖନ୍ତି ନାହିଁ । ଭାବିଚିନ୍ତି କହନ୍ତି । ଏହିପରି ଜ୍ବାଇଙ୍କ ଗୁଣ ବଖାଣି ତାଙ୍କ କାନ୍ଦିବା ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ସୁର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ