ETV Bharat / city

କୋଭିଡ଼ ମୃତକଙ୍କ ପରିବାରକୁ ସହାୟତା, ପୁନଃ ଅଡିଟ ପାଇଁ ଗଠନ ହେବ ଜିଲ୍ଲାସ୍ତରୀୟ କମିଟି - କୋଭିଡ଼ ମୃତ୍ୟୁର ପରିବାରକୁ ସହାୟତା

କୋଭିଡ଼ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

କୋଭିଡ଼ ମୃତ୍ୟୁର ପରିବାରକୁ ସହାୟତା ପାଇଁ ନିର୍ଦ୍ଦେଶ ଦେଲେ SC

author img

By

Published : Sep 28, 2021, 1:01 PM IST

ଭୁବନେଶ୍ବର: କୋଭିଡ଼ ମୃତ୍ୟୁର ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ଏହାକୁ ପାଳନ କରିବେ ରାଜ୍ୟ ସରକାର । ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ ରୋଗୀଙ୍କ ପରିବାରକୁ ସହାୟତା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ କୋଭିଡ ମୃତ୍ୟୁର ପୁନଃ ଅଡ଼ିଟ କରିବା ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରହିଛି ନିର୍ଦ୍ଦେଶ ।

କୋଭିଡ଼ ମୃତ୍ୟୁର ପରିବାରକୁ ସହାୟତା ପାଇଁ ନିର୍ଦ୍ଦେଶ ଦେଲେ SC

ମାସେ ମଧ୍ୟରେ କୋଭିଡ଼ରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ପରିବାରକୁ 50 ହଜାର ଟଙ୍କା ଲେଖାଏଁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର SOP ଜାରି କରିବେ । 30 ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା କୋଭିଡ଼ ପଜିଟିଭ ରୋଗୀଙ୍କୁ ଏଥିରେ ସାମିଲ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଦୃଷ୍ଟିରୁ ରାଜ୍ୟର କୋଭିଡ ମୃତ୍ୟୁ ସଂଖ୍ୟାରେ ଏ ସବୁକୁ ମିଶାଇ ଦିଆଯିବ। ଫଳରେ ରାଜ୍ୟର ମୋଟ କୋଭିଡ ଡେଥ ବଢ଼ିବ । ନିୟମ ଅନୁସାରେ କୋଭିଡ଼ ମୃତ୍ୟୁର ପୁନଃଅଡ଼ିଟ କରିବା ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ରହିଛି । ତାହାକୁ ଆମେ ଅନୁପାଳନ କରିବୁ । ଏହି କ୍ରାଇଟେରିଆ ଭିତରେ ଯେଉଁମାନେ ରହିଛନ୍ତି ସେମାନେ ଆବେଦନ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.