ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବକେୟା ସବସିଡି ଅର୍ଥ ପ୍ରଦାନ ଓ ଚାଉଳ ଉଠାଣ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ।
କେନ୍ଦ୍ରରୁ ଧାନକିଣା ବାବଦରେ ପାଇବାକୁ ଥିବା ସବସିଡି ଅର୍ଥ ଠିକ ସମୟରେ ମିଳୁନଥିବାରୁ ରାଜ୍ୟରେ ଧାନ ସଂଗ୍ରହରେ ଆର୍ଥିକ ସଂଙ୍କଟ ଦେଖାଦେଇଛି । ରାଜ୍ୟ ପାଇବାକୁ ଥିବା ସବସିଡି 5,616 କୋଟି ଟଙ୍କା ବକେୟା ରାଶୀକୁ ତୁରନ୍ତ ପ୍ରଦାନ କିରବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟ କଲ୍ୟାଣ,ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ