ETV Bharat / city

ଆକ୍ସନ ମୁଡରେ ସମବାୟ ମନ୍ତ୍ରୀ - ଅକ୍ସନ ମୁଡରେ ସମବାୟ ମନ୍ତ୍ରୀ

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମବାୟ ବିଭାଗ ଅର୍ନ୍ତଗତ ଆକାଉଣ୍ଟାଣ୍ଟ ଜେନେରାଲ କୋପରେଟିଭ ସୋସାଇଟି ଦପ୍ତରକୁ ଅଚାନକ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଆକ୍ସନ ମୁଡରେ ସମବାୟ ମନ୍ତ୍ରୀ, ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

author img

By

Published : Sep 14, 2022, 10:43 PM IST

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମବାୟ ବିଭାଗ ଅର୍ନ୍ତଗତ ଆକାଉଣ୍ଟାଣ୍ଟ ଜେନେରାଲ କୋପରେଟିଭ ସୋସାଇଟି ଦପ୍ତରକୁ ଅଚାନକ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ମନ୍ତ୍ରୀ ଦପ୍ତରର ବିଭିନ୍ନ ଶାଖା ବୁଲି ଦେଖିବା ସହିତ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

କାର୍ଯ୍ୟାଳୟରେ ବର୍ତ୍ତମାନ ସୁଦ୍ଧା ବାୟୋମେଟ୍ରିକ ଉପସ୍ଥାନ ଯନ୍ତ୍ର ଠିକଣା ଭାବେ କାର୍ଯ୍ୟକାରୀ କରୁନଥିବା ମନ୍ତ୍ରୀଙ୍କ ନଜରକୁ ଆସିଛି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଉପସ୍ଥାନ ଖାତା ମଗାଇ ଦେଖିଛନ୍ତି । ରାଜ୍ୟରେ ଥିବା ସମସ୍ତ ପାକସ ଓ ସମବାୟ ସମିତିରେ ଠିକଣା ଭାବେ ଅଡିଟ ହେଉନଥିବାରୁ ଭବିଷ୍ୟତରେ ଏହା ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥିବା ଯୋଗୁଁ ତୁରନ୍ତ ଏ ସବୁର ଅଡିଟ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଭାଗରେ ୫-ଟି ଆଧାରରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ନିୟମିତ ଭାବେ ପାକସ ଏବଂ ସମବାୟ ସମିତିଗୁଡିକର ଅଡିଟ, କମ୍ପୁଟରୀକରଣ କରିବାକୁ ମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟାଳୟକୁ ଚଳଚଞ୍ଚଳ କରାଯିବା ଏବଂ ତଳସ୍ତରରେ ସମବାୟ ସମିତିଗୁଡିକ କିଭଳି ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସଫା ସଫା ଶୁଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.