ଭୁବନେଶ୍ବର: କମିଶନରେଟ ପୋଲିସର ଟ୍ରାଫିକକୁ ସୁପର ସେଲ୍ସ ମୋଟର ପକ୍ଷରୁ 3 ଟି ବାଇକ ପ୍ରଦାନ କରାଯାଇଛି । ଯାହାକି ଭୁବନେଶ୍ବର ସହରରେ ଟ୍ରାଫିକ ପରିଚାଳନା ପାଇଁ ପୋଲିସକୁ ସହାୟତା ହେବ ।
ଗୁରୁବାର ଅପରାହ୍ନରେ ସୁପର ସେଲ୍ସ ମୋଟର ପକ୍ଷରୁ ଏହି ବାଇକର ଚାବି ଟ୍ରାଫିକ ଡିସିପି ସାଗରିକା ନାଥ ତାଙ୍କ ଶେଷ ଦିନରେ ଗ୍ରହଣ କରିଛନ୍ତି । ଏହା ସହିତ ସାଗରିକା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ପର୍ସନେଲ ମାନଙ୍କୁ ମାସ୍କ ମଧ୍ୟ ବଣ୍ଟନ କରିଛନ୍ତି ।
ଏହି ଅବସରରେ ସୁପର ସେଲ୍ସର ଅଧିକାରୀ ଶାନ୍ତନୁ ମଜୁମଦାର କହିଛନ୍ତି ଯେ, ଟ୍ରାଫିକ କ୍ଷେତ୍ରରେ ନିଜର ସହଯୋଗ ଓ କିଛି ମାତ୍ରାରେ ଅଂଶ ଗ୍ରହଣ ପାଇଁ ପ୍ରତିବର୍ଷ ଆମେ ଏହିପରି ପ୍ରଚେଷ୍ଟା କରିଥାଉ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ