ETV Bharat / city

କୋଣାର୍କ ସୂର୍ଯ୍ୟମନ୍ଦିର ବୈଜ୍ଞାନିକ ଆଭିମୁଖ୍ୟର ଉତ୍କୃଷ୍ଟ ନିଦର୍ଶନ: ରାଷ୍ଟ୍ରପତି

author img

By

Published : Mar 21, 2021, 1:00 PM IST

Updated : Mar 21, 2021, 1:47 PM IST

ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଛନ୍ତି । ସମାଜ ପ୍ରତି ଜଣେ ସଫଳ ଛାତ୍ରର ଦାୟିତ୍ବ ବଖାଣିବା ସହ ବିଜ୍ଞାନ କ୍ଷେତ୍ରରେ 6 ଦଶନ୍ଧି ଧରି NITର ଅନେକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଓଡିଶାର 8 ଶହ ବର୍ଷର ସୂର୍ଯ୍ୟମନ୍ଦିର କଳା ଓ ବିଜ୍ଞାନର ଏକ ଉତ୍କୃଷ୍ଟ ନିଦର୍ଶନ ଦେଇଛି । ଅଧିକ ପଢନ୍ତୁ...

କୋଣାର୍କ ସୂର୍ଯ୍ୟମନ୍ଦିର ବୈଜ୍ଞାନିକ ଆଭିମୁଖ୍ୟର ଉତ୍କଷ୍ଟ ନିର୍ଦ୍ଦଶନ

ସୁନ୍ଦରଗଡ: ରାଉରକେଲା ଏନଆଇଟି ଆଜି ତାର 18 ତମ ସମାବର୍ତ୍ତନ ଉତ୍ସବ ପାଳନ କରୁଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଉପସ୍ଥିତ ଥିଲେ । ଏହି ଅବସରରେ ଏନଆଇଟିର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । 118 ଜଣଙ୍କୁ ଡକ୍ଟରେଟ ଓ 8 ପ୍ରାକ୍ତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଛି । କୁମାର ମଙ୍ଗଲମ ବିର୍ଲା, ପ୍ରମୋଦ ମିଶ୍ର ଓ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ କେଲେ ପ୍ରଦାନ କରାଯାଇଛି ।

କୋଣାର୍କ ସୂର୍ଯ୍ୟମନ୍ଦିର ବୈଜ୍ଞାନିକ ଆଭିମୁଖ୍ୟର ଉତ୍କୃଷ୍ଟ ନିଦର୍ଶନ

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଛାତ୍ରଛାତ୍ରୀ ଓ ଉପସ୍ଥିତି ଅତିଥିଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଜାତୀୟ ଶିକ୍ଷା ନୀତି 2021 ର ଏକ ଉଦ୍ଦେଶ୍ୟକୁ ଏନଆଇଟି ରାଉରକେଲା ପରି ସଂସ୍ଥାଗୁଡିକ ପୂରା କରିବ । ପୂର୍ବାଞ୍ଚଳ ଭାରତର ଦ୍ବିତୀୟ ବୃହତ୍ତମ ସରକାରୀ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଭାବରେ ଏନଆଇଟି ରାଉରକେଲା ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । 6 ଦଶନ୍ଧି ଧରି ଏହି ଇଞ୍ଜିନିୟରିଂ କଲେଜ ଦେଶର ବୈଷୟିକ ଅନେକ କିଛି ଦେଇଛି ବୋଲି କୋବିନ୍ଦ କହିଛନ୍ତି । ଉନ୍ନତ ଭାରତ ଅଭିଯାନ ସହ ଯୋଡି ହୋଇ ଏନଆଇଟି ରାଉରକେଲା 5 ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରୁଥିବା ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । NIT ରାଉରକେଲାରେ ଭାରତର ମୋଟ 36 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ 33 ଜଣ ଛାତ୍ର ରହିଛନ୍ତି । 17 ଟି ବିଭିନ୍ନ ଦେଶର ଛାତ୍ରମାନେ ମଧ୍ୟ ବିଭିନ୍ନ ଏକାଡେମିକ୍ ବିଭାଗରେ ନାମ ଲେଖାଇଛନ୍ତି ।

ସ୍ବାଧୀନତା ପରେ ଆମ ଦେଶର ପୁନଃ ନିର୍ମାଣ କ୍ଷେତ୍ରରେ ଓଡିଶା ଜଡିତ । ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ରାଉରକେଲାରେ ଏକ ବୃହତ୍ତ ଇସ୍ପାତ କାରଖାନାର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଓଡିଶା ଉଚ୍ଚ ଐତିହ୍ୟ ଓ ସଂସ୍କୃତିରେ ସମୃଦ୍ଧ । ପ୍ରାଚୀନ କାଳରୁ ହିଁ ଓଡିଶା ବୈଜ୍ଞାନିକ ଆଭିମୁଖ୍ୟର ମୂଳଦୂଆ ପକାଇଛି । କାରଣ 800 ବର୍ଷ ପୂର୍ବେ ତିଆରି ହୋଇଥିବା ସୂର୍ଯ୍ୟ ମନ୍ଦିର କୋଣାର୍କ ଏହାର ଏକ ଉଦହାରଣ ।

ଏହାପରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ନିଜକୁ ସନ୍ତୁଷ୍ଟ କଲା ପରି କାର୍ଯ୍ୟ ବାଛନ୍ତୁ । ଏହା ଦ୍ବାରା ନିଜର ଆକାଂକ୍ଷା ନିକଟକୁ ପହଞ୍ଚି ପାରିବେ । ଆଉ ଏନେଇ ତୁମ ପରିବାର ଓ ସାଙ୍ଗସାଥୀ ଗର୍ବ କରିବେ । ଭବିଷ୍ୟତ ପାଇଁ ଏକ ଫଳପ୍ରଦ ପଥ ଯୋଜନା ପ୍ରସ୍ତୁତ କରିବାକୁ ସେ ଛାତ୍ରାଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସଫଳତା କୁ ପାର୍ଥିବ ପ୍ରାପ୍ତି ନ କରିବାକୁ କହିଛନ୍ତି । ବାସ୍ତବ ଜୀବନରେ ତୁମ କଣ ହେବାକୁ ଚାହଁ ତାକୁ ଜାଣିବାକୁ ଚେଷ୍ଟା କର । ସେହିପରି ବୈଷୟିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଗୁରୁତ୍ବପୂର୍ଣ୍ଣ । କାରଣ ଦେଶର ମାତ୍ର 20 ପ୍ରତିଶତ ଝିଅ ଏହି କ୍ଷେତ୍ରରେ ରହିଛନ୍ତି । ମହିଳା ତଥା ଝିଅ ଏହି କ୍ଷେତ୍ରକୁ ଆସିବା ଦ୍ବାରା ଲିଙ୍ଗଗତ ସଶକ୍ତିକରଣକୁ ମଜବୁତ କରିବାରେ ସହାୟକ ହେବ । ବିନା ଚାପରେ ନିଷ୍ପତ୍ତି ନେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ । ଏନଆଇଟି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଆଜି ସକାଳ 9ଟାରେ ରାଷ୍ଟ୍ରପତିଙ୍କ କାରକେଡ ବାହାରି ଝାରସୁଗୁଡା ଅଭିମୁଖେ ବାହାରିଥିଲେ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ସ୍ଥିତି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସେଠାରେ ସେ ଏକ ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଥିଲେ । ଏହା ପରେ ନିର୍ଦ୍ଧାରିତ ସମୟରେ ସମାବର୍ତ୍ତନ କାର୍ଯ୍ୟରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ।

ଏହାପରେ ରାଷ୍ଟ୍ରପତି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଦ୍ବାରା ନିର୍ମିତ ସୁପର ସ୍ପେଶାଲିଟି ହସ୍ପିଟାଲରେ ଉଦଘାଟ କରିବେ । ସନ୍ଧ୍ୟା 5 ଟା ପରେ ପୁଣି ଭୁବନେଶ୍ବର ଫେରିଯିବେ । ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆସନ୍ତାକାଲି ପୁରୀ ଯିବା ସହ କୋଣାର୍କ ମନ୍ଦିର ପରିଦର୍ଶନ କରିବେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Mar 21, 2021, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.