ଭୁବନେଶ୍ୱର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ଘନାଉଛି ବିବାଦ । ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ତେଜୁଛି । ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି କରିଛି ଓଡିଶା କର୍ମଚାରୀ ମହାମଞ୍ଚ । ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଜଣେ ନିଷ୍ଠୁର ମଣିଷ । ତାଙ୍କର ଅମାନବୀୟ କାର୍ଯ୍ୟ ପାଇଁ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହତ୍ୟା କରିଛନ୍ତି ।
ଆତ୍ମାହୁତି ଘଟଣାରେ କୁଳପତିଙ୍କୁ ବହିଷ୍କାର ସହ ଗିରଫ ଦାବି କରିଛନ୍ତି ଓଡିଶା କର୍ମଚାରୀ ମହାମଞ୍ଚର ଅଧକ୍ଷ ପ୍ରଭାତ ମହାନ୍ତି । ଏଥିସହ ସମୃକ୍ତ ଅନ୍ୟ ଅପରାଧିଙ୍କୁ ମଧ୍ୟ ତୁରନ୍ତ ବହିଷ୍କାର କରିବା ଲାଗି ଦାବି କରିଛି ମହାମଞ୍ଚ । ଏହା ସହ ସ୍ବର୍ଗତ ଦିନବନ୍ଧୁଙ୍କ ପରିବାରକୁ ତୁରନ୍ତ 15 ଲକ୍ଷ ଟଙ୍କା ସହାୟତା ଓ ପରିବାରର ଜଣଙ୍କୁ ସ୍ଥାୟୀ ଚାକିରୀ ଦେବାକୁ ଦିଆ ଦାବି କରିଛନ୍ତି ମହାମଞ୍ଚର ଅଧ୍ୟକ୍ଷ ପ୍ରଭାତ ମହାନ୍ତି । ଏହା କରା ନଗଲେ ସାରା ରାଜ୍ୟରେ ମହାମଞ୍ଚ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଓଡିଶା କର୍ମଚାରୀ ମହାମଞ୍ଚର ଅଧ୍ୟକ୍ଷ କହିଛନ୍ତି ।
ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ