ଭୁବନେଶ୍ବର: କିରୋସିନି ଢ଼ାଳି ବନ୍ଧା ହେଲେ 3 ଜଣ । ଆଜି(ଗୁରୁବାର) 2ଜଣ ଓ ବୁଧବାର ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ବିଧାନସଭା ସମ୍ମୁଖରେ କିରୋସିନି ଢାଳି ପ୍ରତିବାଦ କରୁଥିବା ବିକ୍ଷୋଭକାରୀ ମା-ପୁଅଙ୍କୁ ଗିରଫ କରାଯାଇଛି । କିଛି ବ୍ୟକ୍ତି ଏହା ପଛରେ ରହି ଷଡ଼ଯନ୍ତ୍ର କରୁଥିବା ପୋଲିସ ସନ୍ଦେହ କରୁଛି ।
ବିଧାନସଭା ଆଗରେ କିରୋସିନି ଢାଳି ନିଆଁ ଲଗାଇଲେ ତାଙ୍କ ସମସ୍ୟା ସମାଧାନ ହେବ କହି ଭୁବନେଶ୍ବର ଆଣୁଛନ୍ତି ଆଉ ଏହାର ଭିଡିଓ ଉତ୍ତୋଳନ କରିବା ସହ ଲାଇଭ୍ କଭରେଜ କରିବା ପାଇଁ ଯୋଜନା କରୁଛନ୍ତି। ଏହି ହୀନ ଚକ୍ରାନ୍ତକାରୀଙ୍କୁ ଚିହ୍ନଟ କରିବା ସହ ତାଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।
ସୂଚନାନୁଯାୟୀ, ବୁଧବାର ଜଣେ ବରିଷ୍ଠ ଲୋକ ବିଧାନସଭା ସମ୍ମୁଖରେ କିରୋସିନି ଢାଳି ହୋଇ ଆତ୍ମାହୁତି ଦେଉଥିବା ବେଳେ ଆଜି ମଧ୍ୟ ବିଧାନସଭା ସମ୍ମୁଖରେ ମା-ପୁଅ 2 ଜଣ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ