ପୁରୀ: ଛାତିରେ ଯନ୍ତ୍ରଣା ହେବାରୁ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ମଙ୍ଗଳବାର ଏମ୍ସ ମେଡିକାଲରେ ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ କରାଯିବ । ଏନେଇ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ରାଷ୍ଟ୍ରପତିଙ୍କର ସୁସ୍ଥତା କାମନା କରିଛନ୍ତି ।
ଏଥିସହ ସେ ଟ୍ବିଟ କରି ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଜୀଙ୍କ ସୁସ୍ଥତା କାମନା କରୁଛି ।
ପ୍ରକାଶ ଥାଉକି, ମାର୍ଚ୍ଚ 26 ତାରିଖରେ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରପତିଙ୍କୁ ଶନିବାର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ସେ ଏମ୍ସରେ ଚିକିତ୍ସିତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ