ଭୁବନେଶ୍ବର: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅରୁଣ ଜେଟଲୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେ ନିଜ ବାଲୁକା କଳାର ଫଟୋ ଟ୍ବିଟ୍ କରି ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ମନେପକାଇଛନ୍ତି । ଏହାସହ ଆପଣ ସବୁବେଳେ ଆମ ହୃଦୟରେ ରହିବେ ବୋଲି ଲେଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ