କଟକ: ଜଗତସିଂହପୁର ଢିଙ୍କିଆରେ ପୋଲିସର ଅମାନବୀୟ ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ଗତକାଲିର ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛି ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ) Socialist Unity Centre of India (Communist) ।
କଟକରେ ଆଜି ସଂଗଠନ ଏକ ପ୍ରେସମିଟ କରି କହିଛି ଢିଙ୍କିଆ ଅଞ୍ଚଳରେ ଶାନ୍ତି ଫେରାଇ ଅଣାଯାଉ । ସେହି ଅଞ୍ଚଳର ବିକାଶ ପାଇଁ ସରକାର କିଛି କରିନାହାଁନ୍ତି । ସେଠାରେ ପ୍ରାକୃତିକ ଅର୍ଥନୀତି ଚାଲୁଛି । ସମଗ୍ର ଅଞ୍ଚଳ ଧାନ,ମୀନ ଓ ପାନର ଅଞ୍ଚଳ । ସେହି ଅଞ୍ଚଳ କାରଖାନା ପାଇଁ ନୁହେଁ । ସରକାର ଉର୍ବର ଜମିକୁ ଖଣି ଦଳାଲ ଓ କର୍ପୋରେଟ ସଂସ୍ଥାକୁ ଟେକି ଦିଅନ୍ତୁ ନାହିଁ ।
ପ୍ରଥମେ ସେହି ଅଞ୍ଚଳରେ ମାନବ ଅଧିକାରକୁ ଅକ୍ଷୁର୍ଣ୍ଣ ରଖାଯାଉ । ଲୋକଙ୍କୁ ସରକାର ବିଶ୍ବାସକୁ ନିଅନ୍ତୁ । ପୋଲିସ ପ୍ରତ୍ୟାହାର କରାଯାଉ । ଲୋକଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ । କାରଖାନା ପାଇଁ ଆଗ ଗ୍ରାମସଭା କରିବାକୁ ସଂଗଠନ ଦାବି କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ