ETV Bharat / city

ସୁବାଷ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି - କଣ୍ଟେନମେଣ୍ଟ ଜୋନ ସୁବାଷ ନଗର ବସ୍ତି

ଭୁବନେଶ୍ବର ସୁବାଷ ନଗର ବସ୍ତିରେ ଶନିବାର ୫ ଜଣ କୋରୋନା ପଜିଟିଭ ଚିହ୍ନଟପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏନେଇ ଶନିବାର ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

subashnagar-basti-conatinment-zone-decleared-by-bmc
ସୁବାଷ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି
author img

By

Published : Jun 21, 2020, 3:18 AM IST

ଭୁବନେଶ୍ୱର:ରାଜଧାନୀରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁବାଷ ନଗର ବସ୍ତିରେ ଶନିବାର ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏନେଇ ଶନିବାର ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଘୋଷଣା କରିଛନ୍ତି।

ସୁବାଷ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

ପୂର୍ବରୁ ସୁବାଷ ନଗର ଅଞ୍ଚଳରେ ଗୋଟିଏ ପଜିଟିଭ ବାହାରିଥିଲା । ସେ ବାହାରୁ ଫେରିଥିବେ ଶନିବାର ପୁଣି ୫ ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ସମସ୍ତ ଲୋକାଲ କେସ ତେଣୁ ଆଗକୁ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବାରୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରାଯାଇଛି। ସ୍ୱାସ୍ଥ୍ୟ କର୍ମୀ,ବିଏମସି କର୍ମଚାରୀ ଘରେ ଘରେ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏହି ଅଞ୍ଚଳକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।କୌଣସି ଲୋକଙ୍କୁ ବାହାରକୁ ଯିବାକୁ ଦିଆଯିବ ନାହିଁ।ଲୋକମାନଙ୍କ ସୁବିଧା ପାଇଁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ଘରେ ଯୋଗାଈ ଦିଆଯିବ।

ବର୍ତ୍ତମାନ ଭୁବନେଶ୍ୱରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୮୪ ଥିବାବେଳେ ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ୯୪ ଜଣ ଆକ୍ଟିଭ ରହିଛନ୍ତି।ଏହା ସହ ରାଜ୍ୟରେ ମୋଟ ୪୮୫୬ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.