ETV Bharat / city

ବିପିୟୁଟି ପରୀକ୍ଷା ନିଷ୍ପତ୍ତି ବିରୋଧରେ ଛାତ୍ରସଂଗଠନର ବିକ୍ଷୋଭ - Students' union is protesting

ବିପିୟୁଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫାଇନାଲ୍ ସେମିଷ୍ଟାରର ପରୀକ୍ଷା ଜୁନ୍ ଶେଷ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ କରିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ଏହି ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ସେମାନଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିପିୟୁଟି ପରୀକ୍ଷା ନିଷ୍ପତ୍ତିର ପୁନଃବିଚାର କରିବା ଦାବିରେ ଛାତ୍ରସଙ୍ଗଠନ ପକ୍ଷରୁ ବିକ୍ଷୋଭ

author img

By

Published : Jun 10, 2020, 10:17 PM IST

ଭୁବନେଶ୍ବର: ବିପିୟୁଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫାଇନାଲ୍ ସେମିଷ୍ଟାରର ପରୀକ୍ଷା ଜୁନ୍ ଶେଷ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ କରିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ଏହି ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ସେମାନଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ବିପିୟୁଟି ପରୀକ୍ଷା ନିଷ୍ପତ୍ତିର ପୁନଃବିଚାର କରିବା ଦାବିରେ ଛାତ୍ରସଙ୍ଗଠନ ପକ୍ଷରୁ ବିକ୍ଷୋଭ

ସୂଚନାଯୋଗ୍ୟ, କୋରୋନା ମହାମାରୀ ସମୟରେ ବିପିୟୁଟି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା ସେମାନେ କହିଛନ୍ତି । ତେବେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ମନା କରି ନାହାନ୍ତି ବରଂ କୋରୋନାର ଭୟବହାତା ଦୃଷ୍ଟିରୁ ଏହା ଦ୍ବାରା ଛାତ୍ରଛାତ୍ରୀମାନେ ସଂକ୍ରମଣ ହେବାର ବହୁତ ସମ୍ଭାବନା ଥିବା କହିଛନ୍ତି ।

ତେଣୁ ସେମାନେ ପରୀକ୍ଷା ଅପେକ୍ଷା ଜୀବନକୁ ଅଧିକ ମୂଲ୍ୟବାନ ଭାବୁଥିବାବେଳେ ସରକାର ତାହାକୁ ହୃଦୟଙ୍ଗମ କରିବା ସହ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଏହାକୁ ନେଇ ଦୃଢ଼ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.