ଭୁବନେଶ୍ବର: ରାଜଧାନୀ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସ୍ଥିତ ଆରସିଏମ କଲେଜରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ତିନି ବର୍ଷ ଧରି ଅଧ୍ୟୟନ ପରେ ବି ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଉନାହାନ୍ତି ଶିକ୍ଷାର୍ଥୀ । ଦୀର୍ଘ ଦିନ ହେଲା କଲେଜ କର୍ତ୍ତୃପକ୍ଷ କେବଳ ମିଛି ଆଶ୍ବାସନା ଦେଇ ଆସୁଛନ୍ତି । ଏଣୁ ଶେଷରେ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପିଲାମାନେ କଲେଜରୁ ଅନେକ ବର୍ଷ ହେଲା ପାସ କରିଥିଲେ ବି ସେମାନଙ୍କୁ ସାର୍ଟିଫିକେଟ ମିଳିନାହିଁ । ଯଦି ଦିଆଯାଉଛି ତେବେ ବିନା ରେଜିଷ୍ଟେସନ ସାର୍ଟିଫିକେଟ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷାର୍ଥୀ । ଏହାକୁ ପ୍ରତିବାଦ କରି ଆରସିଏମ କଲେଜର ଚେୟାରମ୍ୟାନଙ୍କୁ ଦୀର୍ଘ ସମୟ ଧରି 100ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଘେରାଉ କରିଛନ୍ତି । ଅନ୍ୟପଟେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ