ETV Bharat / city

ଅନିଶ୍ଚିତତାରେ ଆଇନ କଲେଜ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ - law college exams update

ଆଇନ କଲେଜରେ ଲାଗି ରହିଥିବା ପରୀକ୍ଷା ଅନିଶ୍ଚିତତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ଖୁବଶୀଘ୍ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ସହ ଅନଲାଇନ ମୋଡରେ ପରୀକ୍ଷା କରିବାକୁ କଲେ ଦାବି। ଅଧିକ ପଢନ୍ତୁ...

ଅନିଶ୍ଚିତତାରେ ଆଇନ କଲେଜର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

author img

By

Published : Oct 11, 2021, 5:35 PM IST

ଭୁବନେଶ୍ବର: କୋରୋନା କାଳରେ ଅନିଶ୍ଚିତତା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ଆଇନ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ପରୀକ୍ଷା ହୋଇନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିବା ସହ ଖୁବ ଶୀଘ୍ର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ଓ ଅନଲାଇନ ମୋଡରେ ପରୀକ୍ଷା ଶେଷ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଅନିଶ୍ଚିତତାରେ ଆଇନ କଲେଜର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଛାତ୍ରାଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ୨ ବର୍ଷରେ ୬ଟି ପରୀକ୍ଷା ବ୍ୟବସ୍ଥା ରହିଥିବାବେଳେ ଅତି କମ ସମୟର ବ୍ୟବଧାନରେ ଅଫଲାଇନ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ । ସେହିପରି ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏପରି ନିଷ୍ପତ୍ତି ଯୋଗୁ ପରୀକ୍ଷାକୁ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି । ହଠାତ ପରୀକ୍ଷା ତାରିଖ ଘୋଷଣା କଲେ ଦୂରଦୂରାନ୍ତର ପିଲା କେମିତି ଆସିବେ ବୋଲି ପ୍ରଶ୍ନ କରି ଭିସି ଅଫିସ ଘେରାଉ କରିଛନ୍ତି ଛାତ୍ରଛାତ୍ରୀ ।

ତେଣୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅଫଲାଇନ ପରିବର୍ତ୍ତେ ଅନଲାଇନ ମୋଡରେ ପରୀକ୍ଷା ପାଇଁ ଶୀଘ୍ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବା ପାଇଁ ଦାବି ହୋଇଛି । କାରଣ ପରୀକ୍ଷା ସମୟ ବିଳମ୍ବ ହେବା ତଥା ପରୀକ୍ଷା ମଧ୍ୟରେ ସମୟ ବ୍ୟବଧାନର ଅନ୍ତର କମିଲେ ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ ମଧ୍ୟ ବଢୁଥିବା କହିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ ଅନେଇ ବିଶ୍ବ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଅଫଲାଇନ ପରୀକ୍ଷା ପାଇଁ ସରକାରଙ୍କ ନିଷ୍ପତ୍ତି ରହିଥିବା ଓ ଭିସି ଆସିଲେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.