ଭୁବନେଶ୍ବର: ହଷ୍ଟେଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଆମରଣ ଅନଶନରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ଅନେକ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ନମିଳିବା ଓ ବିଭିନ୍ନ ସମସ୍ୟା ଲାଗି ରହିଥିବାବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ଏହି ଅନଶନ ଆରମ୍ଭ କରିଥିବା କହିଛନ୍ତି ।
ଅଭିଯୋଗ ଅନୁସାରେ, କୋରୋନା ମହାମାରୀ ସମୟରେ ଦୂର ଦୂରାନ୍ତରୁ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ମହାମାରୀ ସମୟରେ ଫି ବୃଦ୍ଧିକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସଙ୍ଗକୁ ଗୁରୁତ୍ବ ନଦେବା ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ତେଣୁ ତୁରନ୍ତ ହଷ୍ଟେଲ ଲାଗି ରହିଥିବା ସମସ୍ୟା ସମାଧାନ କରିବା ସହ ଯେଉଁମାନଙ୍କୁ ହଷ୍ଟେଲ ସୁବିଧା ମିଳିପାରିନାହିଁ, ସେମାନଙ୍କୁ ହଷ୍ଟେଲ ଯୋଗାଇ ଦିଆଯାଉ ବୋଲି ଦାବି ଜୋର ଧରିଛି । ସମସ୍ୟାର ସାମାଧାନ ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ ନକରିବା ଯାଏଁ ଅନଶନ ଜାରି ରଖିବା ନେଇ କହିଛନ୍ତି ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ