ETV Bharat / city

Pariksha Pe Charcha: ପ୍ରଥମ ଥର ରାଜଭବନରେ କାର୍ଯ୍ୟକ୍ରମ ଦେଖିଲେ ଛାତ୍ରଛାତ୍ରୀ

'ପରୀକ୍ଷା ପେ ଚର୍ଚ୍ଚା'ର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରଥମ ଥର ପାଇଁ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକୁ ଦେଖିଛନ୍ତି । ଅଧିକ ପଢନ୍ତୁ

Pariksha Pe Charcha: ପ୍ରଥମ ଥର ରାଜଭବନରେ କାର୍ଯ୍ୟକ୍ରମ ଦେଖିଲେ ଛାତ୍ରଛାତ୍ରୀ
Pariksha Pe Charcha: ପ୍ରଥମ ଥର ରାଜଭବନରେ କାର୍ଯ୍ୟକ୍ରମ ଦେଖିଲେ ଛାତ୍ରଛାତ୍ରୀ
author img

By

Published : Apr 1, 2022, 4:56 PM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ପରୀକ୍ଷାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ରାଜଭବନରେ ରାଜ୍ୟପାଳଙ୍କ ସହ ଏକାଠି ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ସେମାନେ ଅଂଶଗ୍ରହଣ କରିଛନ୍ତି । ଚାପମୁକ୍ତ ପରୀକ୍ଷା ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ର ମୁଖ୍ୟ ଆକର୍ଷଣ ରହିଥିଲା ।

Pariksha Pe Charcha: ପ୍ରଥମ ଥର ରାଜଭବନରେ କାର୍ଯ୍ୟକ୍ରମ ଦେଖିଲେ ଛାତ୍ରଛାତ୍ରୀ

'ପରୀକ୍ଷା ପେ ଚର୍ଚ୍ଚା'ର ପଞ୍ଚମ ସଂସ୍କରଣରେ ଚଳିତ ଥର ପ୍ରଥମ ଥର ପାଇଁ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ଦେଖିଛନ୍ତି । ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରଣାଳୟର ସବୁ ଅନୁଷ୍ଠାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ, ନର୍ସିଂ ସ୍କୁଲ ତଥା ଭାରତ ସରକାରଙ୍କ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ପରୀକ୍ଷା ପେ ଚର୍ଚ୍ଚା’ ଆୟୋଜନ କରାଯାଇଛି । ବିଦେଶରୁ ମଧ୍ୟ ଭର୍ଚ୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଡି ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ପ୍ରାୟ 26 ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ, 5 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ ୧ ହଜାର ଅଭିଭାବକ ଯୋଗ ଦେଇଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ନୂ‌ଆଦିଲ୍ଲୀର ତାଲକ୍ତୋରା ଷ୍ଟାଡିୟମରେ ‌ଆୟୋଜନ କରାଯାଇଛି । ପରୀକ୍ଷା ସମୟରେ ଚାପ ମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଉଛନ୍ତି ମୋଦି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି 9ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.