ଭୁବନେଶ୍ବର: କୋଭିଡ ସଂକ୍ରମଣ ସମୟରେ ସମସ୍ତଙ୍କ ଜୀବନ ପ୍ରତି ବିପଦ ରହିଛି । କୋରୋନା ପ୍ରଥମ ଲହର ପରେ ଦ୍ବିତୀୟ ଲହର ପ୍ରଭାବ ଦେଖାଇ ସାରିଥିବାବେଳେ ଆଗକୁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିବା ସହ ସତର୍କ ମଧ୍ୟ କରିସାରିଲେଣି । ଏଭଳି ସମୟରେ କିଛି ଘଟଣାରୁ ସରକାର ତତ୍ପର ନଥିବା ଭଳି ଦେଖାଯାଉଛି । ଏପରି ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବିପଦ ରହିଛି । ତେଣୁ ସେମାନଙ୍କୁ ତୁରନ୍ତ ନିଶୁଳ୍କ କୋଭିଡ ଟିକା ଦିଆଯାଉ ବୋଲି ଦାବି କରିଛି ଛାତ୍ର କଂଗ୍ରେସ ।
କଂଗ୍ରେସ କହିଛି, ରାଜ୍ୟ ସରକାର ମଧ୍ୟ ଏ ପ୍ରସଙ୍ଗ ଉତ୍ଥାପନ କରୁନାହାନ୍ତି । ଛାତ୍ରଛାତ୍ରୀ ଗୋଷ୍ଠୀ ସଂକ୍ରମଣ ଶିକାର ହେବାର ଆଶଙ୍କା ରହିଛି । ତେଣୁ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଟୀକା ପ୍ରଦାନ କରାଯାଉ ବୋଲି ସୋମବାର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଛାତ୍ର କଂଗ୍ରେସ ମୁଖ୍ୟ ମୁଖପାତ୍ର ବିଶ୍ବ ଭୂଷଣ ମହାପାତ୍ର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଚିଭି ଭାରତ