ETV Bharat / city

ପରୀକ୍ଷା ନ ଦେବା ଜିଦରେ ଛାତ୍ରଛାତ୍ରୀ, ମାଷ୍ଟରକ୍ୟାଣ୍ଟିନରେ ଟାୟାର ଜାଳି ବର୍ଷିଲେ

author img

By

Published : Feb 9, 2022, 7:35 PM IST

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଟାୟାର ଜାଳି ପରୀକ୍ଷା ଦେବାକୁ ବିରୋଧ । ଅଧିକ ପଢନ୍ତୁ

ପରୀକ୍ଷା ନ ଦେବା ଜିଦରେ ଛାତ୍ରଛାତ୍ରୀ, ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି । ଛାତ୍ରଛାତ୍ରୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଟାୟାର ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୋଲିସ ମୁତୟନ ।

ସୂଚନା ଅନୁଯାୟୀ, କୋରୋନା ସଂକ୍ରମଣ କମିବା ପରେ ଅଫଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଛାତ୍ରଛାତ୍ରୀ ଅଫ ଲାଇନ ପରୀକ୍ଷା ବିରୋଧରେ ଅଡି ବସିଛନ୍ତି । ତୁରନ୍ତ ଅଫଲାଇନ ପରୀକ୍ଷା ନିଷ୍ପତ୍ତିକୁ ବାତିଲ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ତେବେ ଏହି ଦାବିରେ ଆଜି ମାଷ୍ଟର କ୍ୟାଣ୍ଟିନରୁ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.