ଭୁବନେଶ୍ବର : ବାଣୀବିହାର କ୍ୟାମ୍ପସରେ ଛାତ୍ର ଅସନ୍ତୋଷ ଘଟଣାରେ ବଡ଼ ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଗତକାଲି ରାତିରେ ଯାହା ଘଟଣା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଘଟିଛି ତାହା ଉପରେ ପୋଲିସ ତଦନ୍ତ କରୁଛି । ଆଗାମୀ ଦିନରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଭିସି ମାନଙ୍କ ସହ ଏବିଷୟରେ ଆଲୋଚନା କରିବେ ମନ୍ତ୍ରୀ । ଯେମିତି ଆଉ କୌଣସି ବିଶ୍ୱ ବିଦ୍ୟାଳୟରେ ଏମିତି ଘଟଣା ନହୁଏ, ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।
ଆଜି ରମାଦେବୀ ବିଶ୍ୱବିଦ୍ୟାଳୟରେ ହେଉଥିବା ବାର୍ଷିକ ଆଲୁମୁନି ସମ୍ମିଳନୀରେ ଯୋଗ ଦେଇଥିଲେ ରୋହିତ ପୂଜାରୀ। ଏହା ସହିତ ମେୟର ସୁଲୋଚନା ଦାସ, କୁଳପତି ଅପରାଜିତା ଚୌଧୁରୀଙ୍କ ଉପସ୍ଥିତିରେ ଏହି ଆଲୁମୁନି କାର୍ଯ୍ୟକ୍ରମ ହୋଇଥିଲା । ସୂଚନାନୁସାରେ ଗତକାଲି ବାଣୀବିହାର କ୍ୟାମ୍ପସରେ ଜଣେ ଛାତ୍ରକୁ କର୍ପୋରେଟର ପୁଅର ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହେବାପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର