ETV Bharat / city

ଦ୍ଵାଦଶ ବୋର୍ଡ ପରୀକ୍ଷା ବାତିଲ ନିଷ୍ପତିକୁ ସ୍ବାଗତ ଜଣାଇଲା ଛାତ୍ର ବିଜେଡ଼ି - ଦ୍ଵାଦଶ ବୋର୍ଡ ପରୀକ୍ଷା ବାତିଲ Kyj

କୋରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ସମୋୟାଚିତ ନିଷ୍ପତ୍ତିକୁ ସ୍ଵାଗତ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ଅଧିକ ପଢନ୍ତୁ...

ଦ୍ଵାଦଶ ବୋର୍ଡ ପରୀକ୍ଷା ବାତିଲ ନିଷ୍ପତିକୁ ସ୍ବାଗତ ଜଣାଇଲା ଛାତ୍ର ବିଜେଡ଼ି

author img

By

Published : Jun 4, 2021, 7:38 PM IST

ଭୁବନେଶ୍ବର: କୋରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାସହ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ସମୋୟାଚିତ ନିଷ୍ପତ୍ତିକୁ ସ୍ଵାଗତ ଜଣାଇଛି ବିଜୁ ଛାତ୍ର ଜନତା ଦଳ ।

ଚଳିତବର୍ଷ ପ୍ରାୟ ସାଢେ଼ ତିନି ଲକ୍ଷ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତେ । କୋଭିଡ଼ର ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ମୁଖ୍ୟମନ୍ତ୍ରୀ ସଦାସର୍ବଦା ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଆସିଛନ୍ତି । ଯାହା ଏହି ନିଷ୍ପତ୍ତିରେ ପ୍ରତିଫଳିତ ହୋଇଛି । ଏଣୁ ନିଶ୍ଚିତ ଭାବେ ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ବୋଲି ଦେବୀ କହିଛନ୍ତି ।

ଏଣୁ ରାଜ୍ୟ ସରକାରଙ୍କ ଏହି ସମୟାଚିତ ପଦକ୍ଷେପକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵାଗତ ଜଣାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେଇଥିବା ହେତୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛି ରାଜ୍ୟ ଛାତ୍ର ବିଜେଡି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.