ETV Bharat / city

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା - ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ

ଭୁବନେଶ୍ଵରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଜଗନଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଯେମିତି ଜଗନଙ୍କ ଗସ୍ତବେଳେ କୌଣସି ଅଭାବନୀୟ ସ୍ଥିତି ନ ଉପୁଜେ, ପୁରା ପ୍ରସ୍ତୁତି କରିଛି ପୋଲିସ । ଅଧିକ ପଢନ୍ତୁ...

Andhra Pradesh Chief Minister
Andhra Pradesh Chief Minister
author img

By

Published : Nov 9, 2021, 6:13 PM IST

ଭୁବନେଶ୍ବର: ଭୁବନେଶ୍ଵରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଜଗନଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଯେମିତି ଜଗନଙ୍କ ଗସ୍ତବେଳେ କୌଣସି ଅଭାବନୀୟ ସ୍ଥିତି ନ ଉପୁଜେ, ପୁରା ପ୍ରସ୍ତୁତି କରିଛି ପୋଲିସ ।

ସୂଚନା ଅନୁସାରେ ଜଗନଙ୍କ ସୁରକ୍ଷା ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୁରା ସୁରକ୍ଷା ବ୍ୟବସ୍ଥାର ନିଜେ ନେତୃତ୍ବ ନେଉଛନ୍ତି ଡିସିପି ଉମାଶଙ୍କର ଦାସ । ଏହାସହ ଏସିପି ଓ ଇନିସ୍ପେକ୍ଟର ପାହ୍ୟାର ଅଫିସରଙ୍କୁ ମଧ୍ୟ ବିମାନ ବନ୍ଦରରୁ ରାଜ୍ୟ ଲୋକସେବା ଭବନ ଓ ଅତିଥି ଭବନ ଯାଏଁ ବିଭିନ୍ନ ସ୍ଥାନରେ ଦାୟିତ୍ବ ଦିଆଯାଇଛି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥିଲା । ବିମାନ ବନ୍ଦରରୁ ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ରାଜ୍ୟ ଅତିଥି ଭବନକୁ ଅଣାଯାଇଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ ପରେ ଲୋକସେବା ଭବନରୁ ପୁଣି ବିମାନ ବନ୍ଦର ଆସି, ଆନ୍ଧ୍ର ଫେରିଯିବେ । ଏଥିପାଇଁ ବିମାନ ବନ୍ଦରରୁ, ରାଜ୍ୟ ଅତିଥି ଭବନ, ପୁଣି ଅତିଥି ଭବନରୁ ଲୋକସେବା ଭବନ ପର୍ଯ୍ୟନ୍ତ କମିଶନରେଟ ପୋଲିସ କଡା ସୁରକ୍ଷା ଗ୍ରହଣ କରିଛି । ତାଙ୍କ ଯାତାୟତ ବେଳେ ଯେମିତି କୌଣସି ଟ୍ରାଫିକ ପରିଚାଳନା ଅବ୍ୟବସ୍ଥା ନହୁଏ, ସେନେଇ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଏତତ ବ୍ୟତୀତ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବାହ୍ୟ ସୁରକ୍ଷା ଯୋଗାଇ ଦେବା ଓ ସୁନିଶ୍ଚିତ ସୁରକ୍ଷା ପାଇଁ ସ୍ବତନ୍ତ୍ର ଷ୍ଟାଷ୍ଟେଟି ଟିମକୁ ମଧ୍ୟ ମୁତୟନ କରାଯାଇଛି । ଏହାବାଦ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ଆଲର୍ଟ ରଖାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.