ETV Bharat / city

ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶା-ବଙ୍ଗ ଉପକୂଳରେ ଛୁଇଁପାରେ ସ୍ଥଳଭାଗ

୨୪ ରୁ ୨୭ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳ ଛୁଇଁପାରେ ଆଉ ବାତ୍ୟା । ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ପଡିପାରେ ବୋଲି କହିଲା ଭାରତୀୟ ପାଣିପାଗ ବିଭାଗ। ଅଧିକ ପଢନ୍ତୁ...

author img

By

Published : May 19, 2021, 4:40 PM IST

ବଙ୍ଗୋପସାଗରରେ ଆସୁଛି ବାତ୍ୟା
ବଙ୍ଗୋପସାଗରରେ ଆସୁଛି ବାତ୍ୟା

ଭୁବନେଶ୍ବର: ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୨ ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୩ ତାରିଖ ବେଳକୁ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ଏହା ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ୨୫ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇପାରେ । ୨୫ ତାରିଖରୁ ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବ ।

ଆରବ ପରେ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା
ଆରବ ପରେ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା

ସେହିପରି, ୨୪ ରୁ ୨୭ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗର, ଓଡ଼ିଶାର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ଉପକୂଳ ଓଡିଶାରେ ଏହାର ପ୍ରଭାବ ଜୋରଦାର ରହିବାର ସମ୍ଭାବନା ରହିଛି । ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରଭାବ ରହିବ ବୋଲି ଆକଳନ କରାଯାଉଛି । ତେବେ ୨୫ ତାରିଖ ପରେ ସ୍ପଷ୍ଟ ହେବ ଏହାର ଗତିପଥ । ଏହାସହ ଏହାର ଇଣ୍ଟେନସିଟି ପ୍ରଭାବ କେତେ ରହିବ ତାହା ମଧ୍ୟ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.