ଭୁବନେଶ୍ବର: ଗାଡି ଡିକିରେ କୋଟିଏ ଟଙ୍କାର ବ୍ରାଉନସୁଗାର। ବାଇକରେ ବୁଲି ଡିଲ ବେଳେ ଧରାପଡିଲେ ଅଭିଯୁକ୍ତ। ରାଜଧାନୀର ତମାଣ୍ଡ କଳିଙ୍ଗ ନଗରରୁ ଜବତ କଲା ଏସଟିଏଫ ଟିମ। ମୁଖ୍ୟ ଅଭିଯୁକ୍ତ ଫେରାର । 2 ଜଣ ଗିରଫ ।
କଳିଙ୍ଗନଗରରୁ ଅଧାକିଲୋ ନେବେ କହି ଏସଟିଏଫ୍ ଟିମ୍ ଧରିଲେ 1 କେଜି 8 ଗ୍ରାମର ବ୍ରାଉନ ସୁଗାର। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ 2 ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।
ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜଙ୍କିଆର ଅଜୟ ମହାପାତ୍ର ଓ ବେଗୁନିଆର ବିଭୁତି ଭୁଷଣ ଜେନା । ତେବେ ମୁଖ୍ୟ ଅଭିଯୁକ୍ତ ବାପୀ ମଙ୍ଗରାଜ ଫେରାର ହୋଇଛି। ଗିରଫ ଅଭିଯୁକ୍ତଙ୍କଠୁ ଗୋଟିଏ ବାଇକ ଓ 1କେଜି 8ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ।
ସୂଚନା ଥାଉକି, ଜାନୁଆରୀରୁ ଏପର୍ଯ୍ୟନ୍ତ 7କେଜି 8ଶହ ବ୍ରାଉନସୁଗାର ଜବତ କଲାଣି ଏସଟିଏଫ ଟିମ୍।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ