ଭୁବନେଶ୍ବର: ଓଡ଼ିଶାରେ ଜୁନ ପହିଲାରୁ ଜୁଲାଇ ୨୧ ପର୍ଯ୍ୟନ୍ତ ମୋଟ ଋତୁ କାଳୀନ ବର୍ଷା ୪୧୩.୨ ମିମି । ୮ ଟି ଜିଲ୍ଲାରେ କମ ଓ ୭ ଟି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି। ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ଯୋଗୁଁ ଋତୁକାଳୀନ ବର୍ଷା କମିଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ବୁଧବାର ୨୨ ଜୁଲାଇ ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, ମୟୁରଭଞ୍ଜ, ଦେବଗଡ଼,କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କନ୍ଧମାଳ, ଯାଜପୁର ଜିଲ୍ଲାରେ ବିଜୁଳି ,ଘଡଘଡି ସହ ବର୍ଷା ହେବାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।
ଭୁବନେଶ୍ୱର ଓ କଟକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଜୁଳି, ଘଡଘଡି, ବର୍ଷା ହେବାର ସମ୍ଭାବନା ରହିଛି । ଜୁନ ୧ ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ରାଜ୍ୟରେ ଋତୁ କାଳୀନ ୪୧୩ ମିମି ବର୍ଷା ରେକର୍ଡ କରାଯାଇଛି । ୭ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ୩ ଜିଲ୍ଲା ,ମାଲକାନଗିରି, ନୂଆପଡା ଓ ଝାରସୁଗୁଡାରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ଉପକୂଳ ୭ ଜିଲ୍ଲାରେ କମ ବର୍ଷା ହୋଇଛି । ସେହିପରି କେନ୍ଦ୍ରାପଡା, ପୁରୀ,ବାଲେଶ୍ୱର, ସୋନପୁର, ପୁରୀ,ଖୋର୍ଦ୍ଧା, କଟକ ଓ ଯାଜପୁରରେ କମ ବର୍ଷା ହୋଇଛି।ପୁରୀରେ ସର୍ବନିମ୍ନ ବର୍ଷା ରୋକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ