ETV Bharat / city

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! - ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ବାତ୍ୟା !

ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ବାତ୍ୟା ! ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି । ସତର୍କ ରହିବାକୁ ସୂଚନା ଦେଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

state weather update
ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ବାତ୍ୟା !
author img

By

Published : May 13, 2020, 8:57 PM IST

ଭୁବନେଶ୍ବର: ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୧୫ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ଦକ୍ଷିଣ ପଶ୍ଚିମ ଓ ପାଶ୍ବବର୍ତ୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତ୍ତନ କରି ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହି ଥିବା କହିଛି ପାଣିପାଗ ବିଭାଗ ।

ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ବାତ୍ୟା !

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ବର୍ଷା ଓ ବଜ୍ରପାତ ନେଇ ଏହି ସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଅନ୍ୟୁନ୍ୟ ୧୪ ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୁର୍ଣ୍ଣିଝଡ ସହ ଘଡଘଡି ବର୍ଷା ହେବ । ଏହା ସହ ସ୍ଥାନେ ସ୍ଥାନେ କୁଆ ପଥର ବର୍ଷା ମଧ୍ୟ ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶା ସମେତ ନବରଙ୍ଗପୁର, କୋରାପୁଟ,ନୂଆପଡା, କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ, ବୌଦ୍ଧ,ଗଞ୍ଜାମ ସୋନପୁର,ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ୨୧.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତାଳଚେରରେ ସର୍ବାଧିକ ୪୨.୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତାଳଚେର,ଟିଟିଲାଗଡ଼, ପାରଳାଖେମୁଣ୍ତି ଓ ମାଲକାନଗିରି ଜିଲ୍ଲାରେ ୪୦ ରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବର ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.