ETV Bharat / city

କେବେ ସୁଧୁରିବ ସ୍ଥିତି ? 90ଟି ସ୍କୁଲର ନାହିଁ ନିଜସ୍ବ ଗୃହ

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇଁ ଏବେ ବି ବହୁ ଅଞ୍ଚଳରେ ଭିତ୍ତିଭୂମି ନାହିଁ । ଫଳରେ ଛାତ୍ରଛାତ୍ରୀ ଗଛ ମୂଳେ ପଢୁଛନ୍ତି ପାଠ । ଏନେଇ କ’ଣ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ? ପଢନ୍ତୁ ସଂପୂର୍ଣ୍ଣ ଖବର...

Sameer Das
Sameer Das
author img

By

Published : Feb 19, 2020, 4:06 PM IST

ଭୁବନେଶ୍ବର: ରାଜ୍ୟର 90ଟି ପ୍ରାଥମିକ ବିଦ୍ୟାଳୟର ନାହିଁ ନିଜସ୍ବ ଗୃହ । ଫଳରେ ଖୋଲା ଆକଶ ତଳେ ଚାଲିଛି ଏହି ସମସ୍ତ ବିଦ୍ୟାଳୟ । ଛାତ୍ରଛାତ୍ରୀ ଗଛମୂଳେ ପାଠ ପଢୁଛନ୍ତି । ବୁଧବାର ଶୂନ୍ୟକାଳରେ ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

PHOTO
କେବେ ସୁଧୁରିବ ସ୍ଥିତି; 90ଟି ପ୍ରାଥମିକ ବିଦ୍ୟାଳୟର ନାହିଁ ନିଜସ୍ବ ଗୃହ ?

ମନ୍ତ୍ରୀ କହିଛନ୍ତି 8ଟି କମ୍ପ୍ୟୁଟର ସଂଯୁକ୍ତ ସ୍କୁଲରେ ବିଜୁଳି ସଂଯୋଗ ହୋଇନାହିଁ । 1048 ଟି ହାଇସ୍କୁଲରେ ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟର ଯୋଗାଇ ଦିଆଯାଇନାହିଁ ।

2610 ଟି ସ୍କୁଲରେ ପାଠାଗାର ନାହିଁ । ଏତତ ବ୍ୟତୀତ 470 ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ଏପରିକି ରାଜ୍ୟର 305 ଟି ସ୍କୁଲରେ 10 ରୁ କମ ପିଲା ଥିବା ମନ୍ତ୍ରୀ କହିଛନ୍ତି । ସେହିପରି 115 ଉଚ୍ଚ ବିଦ୍ୟାଳୟର ନିଜସ୍ବ ଘର ନଥିବା ସ୍ବୀକାର କରିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.