ଜୁଲାଇ 16 ଯାଏଁ ଆଂଶିକ ଲକଡାଉନ
ଜୁଲାଇ 16 ଯାଏଁ ଆଂଶିକ ଲକଡାଉନ - lockdown extend
15:35 June 30
ଜୁଲାଇ 16 ଯାଏଁ ଆଂଶିକ ଲକଡାଉନ
14:37 June 30
ଜୁଲାଇ 16 ଯାଏଁ ଆଂଶିକ ଲକଡାଉନ
ଭୁବନେଶ୍ବର: ରାଜ୍ୟରେ ବଢିଲା ଆଶିଂକ ଲକଡାଉନ । ଜୁଲାଇ ୧୬ ତାରିଖ ଯାଏଁ ବଢିଲା ଲକଡାଉନ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା । ରାଜ୍ୟରେ 3ଟି ଜିଲ୍ଲାରେ ସଂକ୍ରମଣ 5 ପ୍ରତିଶତରୁ କମ ରହିଛି । ତେଣୁ ସଂକ୍ରମଣକୁ ନେଇ କରାଯାଇଥିବା A କ୍ୟାଟେଗୋରି ଜିଲ୍ଲା ସଂଖ୍ୟା 20 କୁ ବୃଦ୍ଧି ହୋଇଛି ।
କାଟାଗୋରୀ A ରେ ୨୦ ଜିଲ୍ଲା ଏବଂ କାଟେଗୋରୀ B ରେ ୧୦ ଜିଲ୍ଲା ରହିଛି । ତେବେ କାଟାଗୋରୀ A ରେ ପୂର୍ବରୁ ଥିବା ୧୭ଟି ଜିଲ୍ଲା ଥିଲା । ଏଥର ଆଉ ୩ଟି ଜିଲ୍ଲା ସାମିଲ ହୋଇଛି। ସେହି ୩ଟି ଜିଲ୍ଲା ହେଉଛି ଅନୁଗୋଳ, କେନ୍ଦୁଝର ଏବଂ ଢ଼େଙ୍କାନାଳ ।
କାଟାଗୋରୀ- Aରେ ଥିବା ଜିଲ୍ଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।
୫ ପ୍ରତିଶତ ଥିବା 10ଜିଲ୍ଲାକୁ କାଟାଗୋରୀ B ରେ ସାମିଲ କରାଯାଇଛି । ଉପକୂଳବର୍ତୀ ଓ ତା ଆଖପାଖ ଜିଲ୍ଲାରେ ସଂକ୍ରମଣ 5 ପ୍ରତିଶତରୁ ଅଧିକ ରହିଛି । ସେହି ଜିଲ୍ଲା ଗୁଡିକ ହେଲା ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ।
ତେବେ କାଟାଗୋରୀ A ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଥିବାବେଳେ କାଟାଗୋରୀ-Bରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲିବ । କାଟାଗୋରୀ A ଜିଲ୍ଲାଗୁଡିରେ ବସ ଚଳାଚଳ, ସେଲୁନ ଖୋଲିବା ଓ ସୁଟିଂ ପାଇଁ ଅନୁମତି ଥିବାବେଳେ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଉଠିଲା । ଏହି ଜିଲ୍ଲାରେ ସାପ୍ତାହିକ ହାଟ, ବଜାର ଖୋଲା । ସେହିପରି ଉଭୟ ଇନଡୋର୍ ଓ ଆଉଟଡୋର୍ ସୁଟିଂ ଅନୁମତି ଦେଇଛନ୍ତି ସରକାର ।
କିନ୍ତୁ କ୍ୟାଟାଗୋରୀ-B ଜିଲ୍ଲା ମାନଙ୍କରେ ସଂକ୍ରମଣ ଅଧିକ ଥିବାରୁ ପୂର୍ବଭଳି ସାପ୍ତାହିକ ସଟଡାଉନ୍, ଲକଡାଉନ୍ ଓ ଅନ୍ୟ କଟକଣା ଜାରି ରହିବ । ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । କ୍ୟାଟେଗୋରୀ-B ର 10 ଜିଲ୍ଲାରେ ସାପ୍ତାହିକ ହାଟ, ବଜାର ବନ୍ଦ ରହିବ । ସାରା ରାଜ୍ୟରେ ଉଠାଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ଏହା ସହ ଖାଦ୍ୟ କେବଳ ପାର୍ସଲ ନେଇହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ