ETV Bharat / city

ଓଡିଶାରେ ପ୍ରଥମ: ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା ଲୋଗୋ ଉନ୍ମୋଚିତ

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା । ଏନେଇ ଉନ୍ମୋଚିତ ହେଲା ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାର ଲୋଗୋ । ଅଧିକ ପଢନ୍ତୁ

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ରାଜ୍ୟ ସ୍ତରୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା

author img

By

Published : Dec 23, 2021, 8:49 PM IST

ଭୁବନେଶ୍ବର : ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା । ଏନେଇ ଉନ୍ମୋଚିତ ହେଲା ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାର ଲୋଗୋ। ଏହାକୁ ଉନ୍ମୋଚିତ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ବିଶ୍ଵ ବିଦ୍ୟାଳୟ ପାଖାପାଖି ୩୫ ରୁ ୪୦ ଟି ହେଲାଣି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ରାଜ୍ୟ ସ୍ତରୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା

ଏହି ପ୍ରତିଯୋଗିତାରେ ୧.୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାକି ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ଉଠେଇବେ। ୩ଟି ପର୍ଯ୍ୟାୟରେ ପ୍ରତିଯୋଗିତା ହେବ । ଯେମିତିକି ଆଥଲେଟିକ, ସ୍ପୋର୍ଟସ ଏବଂ କଲଚରାଲ ପ୍ରୋଗ୍ରାମ ଆୟୋଜନ କରାଯିବ । ଆସନ୍ତା ଜାନୁୟାରୀ ୧୦ ରୁ ୧୨ ତାରିଖ ମଧ୍ୟରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଆଥଲେଟିକ ଆୟୋଜନ କରାଯିବ । ଜାନୁୟାରୀ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵ ବିଦ୍ୟାଳୟରେ ସପୋର୍ଟ ଆୟୋଜନ କରାଯିବ ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଫେବୃୟାରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ କଳଚରାଲ ଇଭେଣ୍ଟ ଆୟୋଜନ କରାଯିବ । ବ୍ୟକ୍ତିଗତ ଭାବରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ୩୦ ହଜାର, ୨୫ ହଜାର ଏବଂ ୨୦ ହଜାର ପୁରସ୍କାର ରାଶି ଘୋଷଣା କରାଯାଇଥିବାବେଳେ ଦଳଗତ ଭାବରେ ଯେମିତିକି କ୍ରିକେଟ ଓ ଫୁଟବଲ ଭଳି ଖେଳରେ ପ୍ରଥମ,ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ୧ ଲକ୍ଷ, ୫୦ ହଜାର ଏବଂ ୨୫ ହଜାର ପୁରସ୍କାର ରାଶି ରଖାଯାଇଛି। ଅନ୍ୟପଟେ କବାଡି, ଭଲିବଲ ଏବଂ ବାସ୍କେଟ ବଲ ଭଳି ଖେଳ ପାଇଁ ପର୍ଯ୍ୟାୟ କ୍ରମେ ୫୦ ହଜାର,୨୫ ହଜାର ଓ ୧୫ ହଜାର ରଖାଯାଇଛି। ଚଳିତ ବର୍ଷ ଏହି ପାଇଁ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.