ETV Bharat / city

ମଙ୍ଗଳବାରଠୁ ରାଜ୍ୟରେ ସରିବ କୋଭିଶିଲ୍ଡ, ଯୋଗାଣ ପାଇଁ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ - କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

ଟିକା ଅଭାବ ନେଇ ରାଜ୍ୟକୁ ତୁରନ୍ତ ଟିକା ଯୋଗାଣ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଅଧିକ ପଢନ୍ତୁ...

ତୁରନ୍ତ ଟିକା ଯୋଗାଣ ପାଇଁ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

author img

By

Published : Jun 28, 2021, 3:51 PM IST

Updated : Jun 28, 2021, 4:42 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଟୀକାକରଣ ସୁରୁଖୁରୁରେ ଚାଲିବ । ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଟିକା ଅଭାବ ନେଇ ରାଜ୍ୟକୁ ତୁରନ୍ତ ଟିକା ଯୋଗାଣ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ତୁରନ୍ତ ଟିକା ଯୋଗାଣ ପାଇଁ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

2021 ଜାନୁୟାରୀ 16 ପର ଠାରୁ ରାଜ୍ୟରେ ଲୋକଙ୍କୁ 1.14 କୋଟି ଟିକା ଦିଆଯାଇଛି ଏବଂ 2.9 ଲକ୍ଷ ଡୋଜ ଟିକା ସଞ୍ଚୟ କରାଯାଇଛି । ଜୁନ୍ 21 ଠାରୁ ରାଜ୍ୟରେ ହାରାହାରି 3 ଲକ୍ଷ ଲୋକଙ୍କ ଟୀକାକରଣ ସରିଛି । ଦିନକୁ ପ୍ରାୟ 3.5 ଲକ୍ଷ ଲୋକଙ୍କୁ ଟୀକାକରଣ କରିବାର କ୍ଷମତା ରହିଛି।

ଜୁନ ମାସ ଆବଣ୍ଟନ ପାଇଁ 13 ଲକ୍ଷ 78 ହଜାର 310 ଡୋଜ୍ କୋଭିଶିଲ୍ଡ ଟିକା ପାଇଛୁ । ଯାହା ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯାଇଛି। ଏଯାବତ୍ ଆମ ପାଖରେ 3 ଲକ୍ଷ 38 ହଜାର କୋଭିଶିଲ୍ଡ ଟିକା ରହିଛି। ଯାହା ଦୁଇ ଦିନ ମଧ୍ୟରେ ବ୍ୟବହାର ହେବ। ତେଣୁ ମଙ୍ଗଳବାର ଠାରୁ ରାଜ୍ୟରେ କୋଭିଶିଲ୍ଡ ଟିକାର ଅଭାବ ଦେଖାଦେବ।

ଏଣୁ ରାଜ୍ୟରେ ଟୀକାକରଣକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜୁଲାଇ ମାସ ପାଇଁ ଓଡିଶାକୁ 6 ଲକ୍ଷ କୋଭିଶିଲ୍ଡ ଟିକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 28, 2021, 4:42 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.