ETV Bharat / city

'ପ୍ରଥମେ ଜୀବନ ବଞ୍ଚୁ, ପାର୍ବଣ ପରେ ପାଳିବା' - ପାର୍ବଣ ଋତୁ

ପାର୍ବଣ ଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିଡ଼ ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଡିଏମଇଟି ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

'ଜୀବନ ପ୍ରଥମେ ବଞ୍ଚୁ, ପାର୍ବଣ ପରେ ପାଳିବା'
'ଜୀବନ ପ୍ରଥମେ ବଞ୍ଚୁ, ପାର୍ବଣ ପରେ ପାଳିବା'
author img

By

Published : Oct 12, 2021, 12:42 PM IST

ଭୁବନେଶ୍ବର: ପାର୍ବଣ ସମୟରେ ଭିଡ଼କୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏହି ମହାମାରୀ ସମୟରେ ଭିଡ଼ ଯୋଗୁଁ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ବର୍ତ୍ତମାନ ପାର୍ବଣ ଓ ଜୀବନ ଭିତରେ ଯୁଦ୍ଧ ଚାଲିଛି । ତେବେ ଏହି ସମୟରେ ଆମେ କେତେଦୂର ନିଜକୁ ସୁରକ୍ଷା ଦେବା ସହିତ ମଉଜମଜଲିସ ସେ କଥା ଆମ ହାତରେ ରହିଛି ବୋଲି କହିଛନ୍ତି DMET ସିବିକେ ମହାନ୍ତି । ପ୍ରଥମେ ଜୀବନ ବଞ୍ଚୁ, ପରେ ପାର୍ବଣ ପାଳିବା ବୋଲି ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

'ଜୀବନ ପ୍ରଥମେ ବଞ୍ଚୁ, ପାର୍ବଣ ପରେ ପାଳିବା'

ଏହି ଭିଡ଼ ଭିତରୁ କିପରି ନିଜକୁ ସୁରକ୍ଷା ଦେବା ତାହା ସମ୍ପୂର୍ଣ୍ଣ ଭାବେ ନିଜ ଉପରେ ନିର୍ଭର କରେ । ଷଷ୍ଠୀ ରାଜଧାନୀର ହାଟ ଓ ବଜାରରେ ବହୁ ଭିଡ଼ ଜମିଥିଲା । ଯଦି ଏମିତି ଭିଡ଼ ଲାଗି ରୁହେ ତେବେ ରାଜ୍ୟବାସୀ କେତେ ଦୂରୁ ସଂକ୍ରମଣ ରୋକିବାରେ ସଫଳ ହେବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ଲୋକମାନେ କୋଭିଡ଼ ଗାଇଡ଼ଲାଇନ ସହିତ ପର୍ବ ପାଳନ କରନ୍ତି ବୋଲି ଡିଏମଇଟି ପରାମର୍ଶ ଦେଇଛନ୍ତି । ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରେ ପ୍ରତ୍ୟେକ ଦିନ 200ରୁ 300 ଭିତରେ ସଂକ୍ରମଣ ରହିଆସୁଛି । ହେଲେ ହସ୍ପିଟାଲ ଆଡ଼ମିଶନ କମ୍ ଅଛି, ଗୁରୁତର ରୋଗୀ ସଂଖ୍ୟା ମଧ୍ୟ କମିଛି । ଏହାସହ ଭେଣ୍ଟିଲେଟରରେ ଆଡ଼ମିଟ ସଂଖ୍ୟ 10 ପ୍ରତିଶତରୁ କମ ରହିଛି । ICUରେ ଛୋଟ ପିଲା ଆଡ଼ମିଶନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛନ୍ତି । ତେଣୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ ।

ରାଜ୍ୟରୁ ଏବେ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିଶନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ବପୂର୍ଣ୍ଣ । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦବେଗଜନକ । ତେବେ ବର୍ତ୍ତମାନ ସମୟରେ 100 ରୁ 80 ଜଣ ଲକ୍ଷଣ ବିହୀନ । ତେବେ ଗତ 3 ମାସ ହେଲାଣି ଦେଖାଯାଉଛି ସଂକ୍ରମଣ ଉପର ତଳ ହେଉଛି । ଏଥିରୁ ସ୍ପଷ୍ଟ ଯେ ସଂକ୍ରମଣ ରହିଛି । ତେଣୁ ଆମେ ନିଜକୁ ନିଜେ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପାର୍ବଣ ସମୟରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.